Add parallel Print Page Options

ଇସ୍ରାଏଲୀୟମାନଙ୍କ ରାଜାପାଇଁ ପ୍ରାର୍ଥନା

ଯେତେବେଳେ ଶାମୁୟେଲ ବୃଦ୍ଧ ବୟସରେ ଉପନୀତ ହେଲେ, ସେ ତାଙ୍କ ପୁତ୍ରମାନଙ୍କୁ ଇସ୍ରାଏଲୀୟମାନଙ୍କ ନେତୃତ୍ୱ ନେବା ପାଇଁ ଓ ବିଗ୍ଭର କରିବା ପାଇଁ ପଠାଇଲେ। ଶାମୁୟେଲଙ୍କ ବଡ଼ପୁଅ ଯୋୟେଲ ଏବଂ ଦ୍ୱିତୀୟ ପୁତ୍ର ଅଦୟ ବେ‌ର୍‌ଶେବାର ଲୋକମାନଙ୍କର ନେତୃତ୍ୱ ନେଲେ ଓ ବିଗ୍ଭର କଲେ। ଶାମୁୟେଲଙ୍କ ପୁଅମାନେ ତାଙ୍କପରି ଜୀବନଯାପନ କଲେ ନାହିଁ। ସେମାନେ ଉତ୍କୋଚ ନେଉଥିଲେ। ସେମାନେ ଉତ୍କୋଚ ନେଇ ଦରବାରରେ ସେମାନଙ୍କ ନିଷ୍ପତ୍ତି ପରିବର୍ତ୍ତନ କରୁଥିଲେ। ତେଣୁ ସମସ୍ତ ବୟସ୍କ ନେତୃବୃନ୍ଦ ଏକାଠି ହୋଇ ଶାମୁୟେଲଙ୍କୁ ସାକ୍ଷାତ କରିବାକୁ ରାମା ଯାତ୍ରା କଲେ। ଇସ୍ରାଏଲର ପ୍ରାଚୀନଗଣ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ ବୃଦ୍ଧ ହୋଇଯାଇଛ ଏବଂ ତୁମ୍ଭର ପୁଅମାନେ ତୁମ୍ଭପରି ଜୀବନଯାପନ କରୁ ନାହାନ୍ତି। ତେଣୁ ଆମ୍ଭମାନଙ୍କୁ ଗୋଟିଏ ଶାସକ ଦିଅ। ଆମ୍ଭମାନଙ୍କୁ ଶାସନ କଲାଭଳି ଯାହା ଅନ୍ୟ ଜାତିମାନଙ୍କର ଅଛି।”

ତେଣୁ ବୟସ୍କ ଭଦ୍ରବ୍ୟକ୍ତିମାନେ ନେତୃତ୍ୱ ପାଇଁ ଜଣେ ରାଜା ଗ୍ଭହିଁଲେ। ଶାମୁୟେଲ ଏହାକୁ ଏକ ଭୁଲ୍ ଚିନ୍ତାଧାରା ବୋଲି ଭାବିଲେ। ସେଥିପାଇଁ ଶାମୁୟେଲ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ। ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଲୋକମାନଙ୍କ ମତ ଅନୁସାରେ କାର୍ଯ୍ୟ କର। ସେମାନେ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି। ସେମାନେ ମୋତେ ସେମାନଙ୍କର ରାଜା ରୂପେ ପ୍ରତ୍ୟାଖାନ କରିଛନ୍ତି। ମୁଁ ସେମାନଙ୍କୁ ମିଶରରୁ ବାହାର କରି ଆଣିଲା ସମୟରେ ଯାହା କରୁଥିଲେ, ଆଜି ପର୍ଯ୍ୟନ୍ତ ତାହା ଦୋହରାଉଛନ୍ତି। ସେମାନେ ମୋତେ ପରିତ୍ୟାଗ କଲେ ଓ ମୋ’ ବଦଳରେ ଅନ୍ୟ ଦେବତାମାନଙ୍କର ସେବା କଲେ। ସେଥିପାଇଁ ସେମାନେ ତୁମ୍ଭ ସହିତ ଏପରି ବ୍ୟବହାର କରୁଛନ୍ତି। ତେଣୁ ଲୋକମାନଙ୍କ କଥା ଶୁଣ ଏବଂ ସେମାନଙ୍କ କଥା ଅନୁସାରେ କାର୍ଯ୍ୟ କର। କିନ୍ତୁ ସେମାନଙ୍କୁ ସତର୍କ କରାଇଦିଅ ଯେ, ସେମାନଙ୍କ ପାଇଁ ରାଜା କ’ଣ କରିବ ଏବଂ ରାଜା କିପରି ଶାସନ କରେ ସେ କଥା ଅବଗତ କରାଇ ଦିଅ।”

10 ଯେଉଁ ଲୋକମାନେ ରାଜା ଗ୍ଭହୁଁଥିଲେ, ଶାମୁୟେଲ ସେମାନଙ୍କୁ ସଦାପ୍ରଭୁଙ୍କ ବାଣୀ ଶୁଣାଇଲେ। 11 ଶାମୁୟେଲ କହିଲେ, “ତୁମ୍ଭ ଉପରେ ଯିଏ ରାଜତ୍ୱ କରିବ, ସେ ତୁମ୍ଭକୁ ଏ ପ୍ରକାର କରିବ। ସେ ତୁମ୍ଭ ପୁତ୍ରମାନଙ୍କୁ ତା’ର ସେବା କରିବା ପାଇଁ ଓ ସୈନ୍ୟବାହିନୀର ସେବା କରିବା ପାଇଁ ବାଧ୍ୟ କରିବ। ସେମାନେ ଯୁଦ୍ଧରେ ସେନାବାହିନୀର ଯୋଦ୍ଧା ଓ ରଥାରୋହୀ ହେବେ। ତୁମ୍ଭ ପୁତ୍ରମାନେ ରାଜାଙ୍କର ରଥ ଆଗେ ଆଗେ ଦୌଡ଼ିବେ।

12 “ଜଣେ ରାଜା ସୈନିକ ହେବା ପାଇଁ ତୁମ୍ଭ ପୁଅମାନଙ୍କୁ ଆଦେଶ ଦେବ। ସେ କେତେକଙ୍କୁ 1000 ଲୋକମାନଙ୍କ ଉପରେ ଓ ଅନ୍ୟମାନଙ୍କୁ ପଗ୍ଭଶ୍ ଜଣ ଲୋକ ମଧ୍ୟରେ ଅଧିକାରୀ ରୂପେ ନିଯୁକ୍ତ କରିବ।

“ସେ ତୁମ୍ଭ ପୁଅମାନଙ୍କୁ ହଳ କରିବାକୁ, ଯୁଦ୍ଧାସ୍ତ୍ର ତିଆରି କରିବାକୁ ଏବଂ ଆପଣା ରଥ ସାଜସଜ୍ଜା ତିଆରି କରିବା ପାଇଁ ବାଧ୍ୟ କରିବ।

13 “ଆଉ ସେ ତୁମ୍ଭମାନଙ୍କ ଝିଅମାନଙ୍କୁ ନେଇ ସୁବାସିତ ଅତର ତିଆରି କରିବାକୁ କହିବ। ସେ ମଧ୍ୟ ତୁମ୍ଭର ଝିଅମାନଙ୍କୁ ତା’ ପାଇଁ ରୋଷେଇ କାର୍ଯ୍ୟରେ ଓ ସେକିବା କାର୍ଯ୍ୟ କରିବା ପାଇଁ ବାଧ୍ୟ କରିବ।

14 “ସେ ତୁମ୍ଭଠାରୁ ନେଇଥିବା ଶସ୍ୟକ୍ଷେତ୍ର, ଦ୍ରାକ୍ଷାକ୍ଷେତ୍ର, ଜୀତକ୍ଷେତ୍ର ମଧ୍ୟରୁ ଉତ୍ତମ କ୍ଷେତ୍ରକୁ ନେଇ ତା’ର ଅଧିକାରୀମାନଙ୍କୁ ବାଣ୍ଟିବେ। 15 ସେ ତୁମ୍ଭମାନଙ୍କ ବିହନ ଓ ଦ୍ରାକ୍ଷାର ଏକ-ଦଶମାଂଶ ନେଇ ଆପଣାର ଅଧିକାରୀମାନଙ୍କୁ ଓ ଦାସମାନଙ୍କୁ ଦେବ।

16 “ରାଜା ତୁମ୍ଭର ପୁରୁଷ ଓ ନାରୀ ଗ୍ଭକରମାନଙ୍କୁ ନେଇଯିବେ। ସେ ତୁମ୍ଭର ଉତ୍ତମ ଗୋରୁଗାଈ [a] ଓ ଗଧମାନଙ୍କୁ ନେଇଯିବେ ଏବଂ ସେମାନଙ୍କୁ ନିଜ କାର୍ଯ୍ୟରେ ବିନିଯୋଗ କରିବେ। 17 ସେ ତୁମ୍ଭମାନଙ୍କର ଗୋଠର ଏକ-ଦଶମାଂଶ ନେଇଯିବେ।

“ଏବଂ ତୁମ୍ଭେମାନେ ରାଜାଙ୍କର କ୍ରୀତଦାସ ହୋଇ ରହିବ। 18 ଦିନ ଆସିବ ଯେତେବେଳେ ତୁମ୍ଭେ ବାଛିଥିବା ରାଜାଙ୍କୁ ଶାସନ ପାଇଁ ଚିତ୍କାର କରିବ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ କିଛି ଉତ୍ତର ଦେବେ ନାହିଁ।”

19 କିନ୍ତୁ ଲୋକମାନେ ଶାମୁୟେଲଙ୍କ କଥାକୁ ଭୃକ୍ଷେପ କଲେ ନାହିଁ। ସେମାନେ କହିଲେ, “ନା, ଆମ୍ଭକୁ ଶାସନ କରିବା ପାଇଁ ରାଜା ଦରକାର। 20 ତା’ପରେ ଆମ୍ଭେ ଅନ୍ୟ ଦେଶସହ ସମକକ୍ଷ ହୋଇ ପାରିବୁ। ଆମ୍ଭର ରାଜା ଆମ୍ଭର ନେତୃତ୍ୱ ନେବେ। ସେ ଆମ୍ଭମାନଙ୍କୁ ଯୁଦ୍ଧକୁ କଡ଼େଇ ନେବେ ଏବଂ ଆମ୍ଭର ଯୁଦ୍ଧ ପରିଗ୍ଭଳନା କରିବେ।”

21 ଶାମୁୟେଲ ଲୋକମାନଙ୍କ କଥା ଶୁଣିଲେ ଏବଂ ସଦାପ୍ରଭୁଙ୍କୁ ସେ ସବୁ କଥାକୁ ଶୁଣାଇଲେ। 22 ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ସେମାନେ ଯାହା କହୁଛନ୍ତି ତୁମ୍ଭେ ଶୁଣ ଏବଂ ସେମାନଙ୍କୁ ଏକ ରାଜା ଦିଅ।”

ଶାମୁୟେଲ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଜଣେ ରାଜା ପାଇବ। ତୁମ୍ଭେମାନେ ସମସ୍ତେ ଘରକୁ ଫେରିଯାଅ।”

Footnotes

  1. ଶାମୁୟେଲଙ୍କ ପ୍ରଥମ ପୁସ୍ତକ 8:16 ଗୋରୁଗାଈ ଏହା ପୁରାତନ ଗ୍ରୀକ୍ ଅନୁବାଦରୁ ଆନୀତ। ହିବ୍ରୁରେ ଏହି ଶବ୍ଦର ଅର୍ଥ “ଯୁବକଗଣ”।