Add parallel Print Page Options

14 ଯାଜକ ଇଲିୟାସର ନୂନର ପୁତ୍ର ଯିହୋଶୂୟ ଏବଂ ଇସ୍ରାଏଲର ସମସ୍ତ ପରିବାରବର୍ଗର ପ୍ରଧାନବର୍ଗ ନିଷ୍ପତ୍ତି ନେଲେ, ଭୂମି କିପରି ଲୋକମାନଙ୍କ ମଧ୍ୟରେ ବଣ୍ଟା ହେବ। ସଦାପ୍ରଭୁ ବହୁ ଦିନ ପୂର୍ବରୁ ମୋଶାଙ୍କୁ ନିର୍ଦ୍ଦେଶ ଦେଇଥିଲେ କିପରି ଭାବରେ ଲୋକମାନଙ୍କୁ ସେ ଭୂମି ବାଣ୍ଟ କରିବେ। ନଅ ବଂଶର ଲୋକ ଅର୍ଦ୍ଧ ବଂଶର ଲୋକମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ନିଷ୍ପତ୍ତି ଦେଲେ କିଏ କେଉଁ ଭୂମି ପାଇବ। ମୋଶା ଯର୍ଦ୍ଦନର ପୂର୍ବ ପାରିରେ ଦୁଇଟି ବଂଶ ଓ ଅର୍ଦ୍ଧବଂଶକୁ ସେମାନଙ୍କର ଭୂମିର ଅଧିକାର ଦେଇଥିଲେ। କିନ୍ତୁ ସେ ଲେବୀୟମାନଙ୍କୁ କୌଣସି ଦେଶ ଦେଇ ନ ଥିଲେ, ଯେପରି ଅନ୍ୟ ପରିବାରବର୍ଗ ପାଇଥିଲେ। ବାରଟି ବଂଶଧରଙ୍କୁ ସେମାନଙ୍କର ଭୂମିର ଅଧିକାର ଦେଇଥିଲେ। ଯୋଷେଫଙ୍କର ପୁତ୍ରଗଣ ଦୁଇଟି ବଂଶରେ ବିଭକ୍ତ ହେଲେ। ସେମାନେ ହେଲେ, ମନଃଶି ଓ ଇଫ୍ରୟିମ। ଏବଂ ପ୍ରତ୍ୟେକ ବଂଶଧରମାନେ କିଛି କିଛି ଭୂମି ଲାଭ କଲେ। କିନ୍ତୁ ଲେବୀ ବଂଶଧରମାନଙ୍କୁ କୌଣସି ଭୂମି ଦିଆଗଲା ନାହିଁ। ଯାହା ହେଉ ସେମାନଙ୍କୁ କେବଳ ଏକ ଛୋଟ ସହର ବାସ କରିବା ପାଇଁ ଅଧିକାର ଦିଆ ଯାଇଥିଲା। ସେହି ସହର ଗୁଡ଼ିକ ହେଲା, ପ୍ରତ୍ୟେକ ପରିବାରବର୍ଗର ଦେଶ, ସେମାନଙ୍କର ପଶୁମାନେ ଚରିବା ପାଇଁ କିଛି ପଡ଼ିଆ ଦିଆଯାଇଥିଲା। ସଦାପ୍ରଭୁ ମୋଶାଙ୍କୁ ନିର୍ଦ୍ଦେଶ ଦେଲେ, ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ କିପରି ଭାବରେ ଭୂମିବାଣ୍ଟ ହେବ। ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କର ନିର୍ଦ୍ଦେଶମତେ ଭୂମିଗୁଡ଼ିକ ସେମାନଙ୍କ ଭିତରେ ଭାଗ କରି ନେଲେ।

କାଲେବ୍ ତାଙ୍କର ଭୂମି ପାଇଲେ

ଦିନେ ଯିହୁଦା ପରିବାରବର୍ଗଠାରୁ କିଛି ଲୋକ ଗି‌ଲ୍‌ଗ‌ଲ୍‌ରେ ଥିବା ଯିହୋଶୂୟଙ୍କ ନିକଟକୁ ଗଲେ। ସେହି ଲୋକମାନଙ୍କ ମଧ୍ୟରେ ଜଣେ ଲୋକ ଥିଲେ। ତାଙ୍କର ନାମ ଥିଲା କାଲେବ୍, ଯେ କି କନିସୀୟ ଯିଫୁନ୍ନିର ପୁତ୍ର ଥିଲା। କାଲେବ୍ ଯିହୋଶୂୟଙ୍କୁ କହିଲେ, “ତୁମ୍ଭର ମନେଥିବ ସଦାପ୍ରଭୁ ପରମେଶ୍ୱର କାଦେଶ ବର୍ଣ୍ଣେୟରେ ଯାହା କହିଥିଲେ। ସଦାପ୍ରଭୁ ତାଙ୍କର ସେବକ ମୋଶାଙ୍କୁ କହିଥିଲେ ଯାହା ତୁମ୍ଭ ବିଷୟରେ ଓ ମୋ’ ବିଷୟ। ମୋତେ ଯେତେବେଳେ ଗ୍ଭଳିଶ୍ ବର୍ଷ ବୟସ ହୋଇଥିଲା, ସଦାପ୍ରଭୁଙ୍କ ସେବକ ମୋଶା ମୋତେ ଦେଶ ଅନୁସନ୍ଧାନ କରିବା ପାଇଁ କାଦେଶ ବର୍ଣ୍ଣେୟଠାରୁ ପଠାଇ ଥିଲେ। ମୁଁ ଯାହା ସଂଗ୍ରହ କଲି ତାହା ମୋଶାଙ୍କୁ ଜଣାଇଲି। ମୋର ସାଙ୍ଗରେ ଅନ୍ୟ ଯେଉଁ ଲୋକମାନେ ଯାଇଥିଲେ, ସେମାନେ ଲୋକମାନଙ୍କୁ ନିରୁତ୍ସାହିତ କଲେ, ସେମାନଙ୍କ ଖବରରେ। ମୁଁ କିନ୍ତୁ ସଦାପ୍ରଭୁଙ୍କର ଅନୁଗତ ହୋଇ ରହିଲି। ତେଣୁ ସେହି ଦିନ, ମୋଶା ମୋ’ଠାରେ ପ୍ରତିଜ୍ଞା କଲେ, ‘ଯେଉଁ ଭୂମିରେ ତୁମ୍ଭେ ଗ୍ଭଲିଲ, ତାହା ତୁମ୍ଭର ହେବ। ତୁମ୍ଭର ବଂଶଧରମାନେ ଚିରଦିନ ପାଇଁ ସେ ଭୂମିର ମାଲିକାନା ପାଇବେ। ମୁଁ ତୁମ୍ଭକୁ ସେ ଭୂମି ଦେବି କାରଣ ତୁମ୍ଭେ ମୋର ସଦାପ୍ରଭୁ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହୋଇ ରହିଲ।’

10 “ବର୍ତ୍ତମାନ ସଦାପ୍ରଭୁ ମୋତେ ଏହି 45 ବର୍ଷ ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି, ଯେହେତୁ ସେ କହିଥିଲେ। ସଦାପ୍ରଭୁ ମୋଶାଙ୍କୁ ଏହା କହିଲା ସମୟରୁ ଆମ୍ଭେ ମରୁଭୂମିରେ ଭ୍ରମଣ କରୁଥିଲୁ। ବର୍ତ୍ତମାନ ମୋତେ 85 ବର୍ଷ ହେଲାଣି। 11 ମୁଁ ଆଜି ଠିକ୍ ସେହିପରି ଶକ୍ତିଶାଳୀ ଅଛି ଯେତେବେଳେ ମୋଶା ମୋତେ ପଠାଇ ଥିଲେ, ସେତେବେଳେ ମୁଁ ଯେପରି ଶକ୍ତିଶାଳୀ ଥିଲି। ମୁଁ ସେତେବେଳେ ଯେପରି ଯୋଦ୍ଧା ଥିଲି, ବର୍ତ୍ତମାନ ମଧ୍ୟ ଯୁଦ୍ଧ କରିବା ପାଇଁ ସେହିପରି ଯୋଦ୍ଧା ଅଛି। 12 ତେଣୁ ମୋତେ ବର୍ତ୍ତମାନ ସେହି ପର୍ବତମୟ ଦେଶ ଦିଅ, ମୋତେ ଯାହାକି ସଦାପ୍ରଭୁ ବହୁ ଦିନ ପୂର୍ବରୁ ପ୍ରତିଜ୍ଞା କରିଥିଲେ। ସେହି ସମୟରେ ତୁମ୍ଭେ ସେହି ଲଢ଼ୁଆ ଅନାକୀୟମାନଙ୍କ ବିଷୟରେ ଶୁଣିଥିଲ, ଯେଉଁମାନେ କି ସେଠାରେ ବାସ କରୁଥିଲେ। ଏବଂ ସେମାନଙ୍କର ନଗର ଗୁଡ଼ିକ ବହୁତ ବଡ଼ ଥିଲା ଓ ସବୁ ଦିଗରୁ ସୁରକ୍ଷିତ ଥିଲା। କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ମୋତେ ମୋ’ ସହିତ ଥାଇ ପାରନ୍ତି। ଏବଂ ମୁଁ ବର୍ତ୍ତମାନ ସେହି ଭୂମିକୁ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ନେବି।”

13 ଯିହୋଶୂୟ ଯିଫୁନ୍ନିର ପୁତ୍ର କାଲେ‌‌ବ‌ଙ୍କୁ ଆଶୀର୍ବାଦ କଲେ ଏବଂ ହିବ୍ରୋଣ ସହରକୁ ତାଙ୍କୁ ଦେଲେ। 14 ଏବଂ ସେହି ସହର ଆଜି ପର୍ଯ୍ୟନ୍ତ ସେହି ଯିଫୁନ୍ନିର ପୁତ୍ର କାଲେ‌ବ୍‌ର ବଂଶଧରମାନେ ଭୋଗ କରୁଛନ୍ତି। ସେମାନେ ହେଲେ କନିସୀୟ, ଯେଉଁମାନେ କି ହିବ୍ରୋଣକୁ ଅଧିକାର କରିଛନ୍ତି। ସେ ଭୂମି ଆଜି ପର୍ଯ୍ୟନ୍ତ ତାଙ୍କର ଅଧିକାରରେ ଅଛି କାରଣ ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ରୂପେ ଅନୁଗତ ଥିଲେ। 15 ଅତୀତରେ ସେ ସହରର ନାମ ଥିଲା କିରିୟଥ-ଅର୍ବ। ଏହି ସହର ଲୋକମାନଙ୍କ ମଧ୍ୟରେ ଜଣେ ଯୋଦ୍ଧା ଥିଲେ, ଯାହାଙ୍କର ନାମ ଥିଲା ଅର୍ବ। ତାଙ୍କର ନାମ ଅନୁସାରେ ଏ ଭୂମିର ନାମକରଣ କରାଯାଇଥିଲା।

ଏହା ପରେ ସେ ଭୂମିରେ ଶାନ୍ତି ଫେରି ଆସିଲା।