Add parallel Print Page Options

ଯେବେ ମୋର ମସ୍ତକ ଜଳମୟ
    ଓ ମୋର ଚକ୍ଷୁ ଲୋତକର ଝରଣାସ୍ୱରୂପ ହୁଅନ୍ତା,
    ତେବେ ମୁଁ ମୋହର ନିହତ ଲୋକମାନଙ୍କ ପାଇଁ ଦିନରାତି କ୍ରନ୍ଦନ କରି ପାରନ୍ତି।

ଆଉ ଯଦି ପଥିକମାନଙ୍କର ବସାପରି
    ପ୍ରାନ୍ତରରେ ମୋର ଗୋଟିଏ ବସା ଥା’ନ୍ତା,
ତେବେ ମୁଁ ନିଜ ଲୋକମାନଙ୍କୁ ତ୍ୟାଗ କରି
    ସେମାନଙ୍କଠାରୁ ଦୂରେଇ ଯାଇ ପାରନ୍ତି।
କାରଣ ସେମାନେ ସମସ୍ତେ ବ୍ୟଭିଗ୍ଭରୀ
    ଓ ପରମେଶ୍ୱରଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି।

“ପୁଣି ସେମାନେ ଅସତ୍ୟତା ନିମନ୍ତେ
    ନିଜ ନିଜ ଜିହ୍ୱାରୂପ ଧନୁକୁ ବକ୍ର କରନ୍ତି।
ଆଉ ସେମାନେ ଦେଶରେ ବଳିଷ୍ଠ ହୋଇଅଛନ୍ତି,
    ମାତ୍ର ସତ୍ୟତା ପାଇଁ ନୁହେଁ।
କାରଣ ସେମାନେ ପାପ ଉପରେ ପାପ କରିବାକୁ ଅଗ୍ରସର ହୁଅନ୍ତି।
    ସେମାନେ ଆମ୍ଭକୁ ଜାଣନ୍ତି ନାହିଁ।”
    ଏହା ସଦାପ୍ରଭୁ କହନ୍ତି।

“ତୁମ୍ଭେମାନେ ପ୍ରତ୍ୟେକ ପ୍ରତିବାସୀ ପ୍ରତି ସାବଧାନ ହୁଅ
    ଓ କୌଣସି ଭ୍ରାତାକୁ ବିଶ୍ୱାସ କର ନାହିଁ।
କାରଣ ପ୍ରତ୍ୟେକ ଭ୍ରାତା ପ୍ରତାରକ
    ଓ ପ୍ରତ୍ୟେକ ପ୍ରତିବାସୀ ତୁମ୍ଭମାନଙ୍କର ନିନ୍ଦା ଗାଇ ବୁଲିବେ।
ସେମାନେ ପ୍ରତ୍ୟେକ ଆପଣା ପ୍ରତିବାସୀକୁ ପ୍ରବଞ୍ଚନା କରିବେ
    ଓ କେବେ ସତ୍ୟକଥା କହିବେ ନାହିଁ।
ସେମାନେ ମିଥ୍ୟା କହିବାକୁ
    ନିଜ ନିଜ ଜିହ୍ୱାକୁ ଶିଖାଇଅଛନ୍ତି।
ଥକିବା ପର୍ଯ୍ୟନ୍ତ
    ସେମାନେ ମନ୍ଦକର୍ମ କରନ୍ତି।
ଗୋଟିଏ ମନ୍ଦକର୍ମ ପରେ ଅନ୍ୟ ଏକ ମନ୍ଦକର୍ମ ଗ୍ଭଲେ
    ଓ ପ୍ରବଞ୍ଚନା ଲାଗି ରହେ।”
ତେଣୁ ସଦାପ୍ରଭୁ କହନ୍ତି, “ଏହି ମିଥ୍ୟା ଓ ପ୍ରବଞ୍ଚନା ଯୋଗୁଁ
    ସେମାନେ ଆମ୍ଭକୁ ଜାଣିବାକୁ ଅସ୍ୱୀକାର କରନ୍ତି।”

ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଯେପରି ଜଣେ ଶ୍ରମିକ ଧାତୁର ଶୁଦ୍ଧତା ଜାଣିବା ପାଇଁ ଅଗ୍ନିରେ ତରଳାଏ,
    ସେହିପରି ଆମ୍ଭେ ସେମାନଙ୍କୁ ପରୀକ୍ଷା କରିବା।
ଆମ୍ଭ ଲୋକମାନେ ପାପ କରିଥିବା ହେତୁ
    ଆଉ ଆମ୍ଭେ କ’ଣ କରି ପାରିବା?
ସେମାନଙ୍କର ଜିହ୍ୱା ପ୍ରାଣନାଶକ ବାଣସ୍ୱରୂପ।
    ତାହା କେବଳ ମିଥ୍ୟା ଓ ପ୍ରବଞ୍ଚନାର କଥା କହେ।
ସେମାନେ ମୁହଁରେ ପ୍ରତିବାସୀ ସହିତ ପ୍ରେମାଳାପ କରନ୍ତି,
    ମାତ୍ର ଅନ୍ତରରେ ସେମାନଙ୍କୁ ବିନାଶ କରିବାକୁ ଯୋଜନା କରନ୍ତି।”
ତେଣୁ ସଦାପ୍ରଭୁ କହନ୍ତି,
    “ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା।
ଏହି ପ୍ରକାର ଗୋଷ୍ଠୀକୁ ଆମ୍ଭେ ଦଣ୍ଡ ବିଧାନ ନ କରି
    କ’ଣ ରହିପାରିବା?”

10 ମୁଁ, ଯିରିମିୟ, ପର୍ବତମାନଙ୍କ ପାଇଁ
    ଓ ପ୍ରାନ୍ତରସ୍ଥ ଚରାସ୍ଥାନ ପାଇଁ କେବଳ ବିଳାପ କରିବି।
    ସେମାନଙ୍କ ନିମନ୍ତେ ଶୋକ କରିବି।
କାରଣ କେହି ଜୀବନ୍ତ ପ୍ରାଣୀ ସେଠାରେ ନ ଥିବେ।
    କୌଣସି ଲୋକ ଯାତାୟାତ କରିବେ ନାହିଁ।
ପଶୁପଲର ରବ ଶୁଣାଯିବ ନାହିଁ।
    ଆଉ ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟେ ସେଠାରୁ ପଳାୟନ କରିବେ।

11 “ପୁଣି ଆମ୍ଭେ ସଦାପ୍ରଭୁ ଯିରୁଶାଲମକୁ ଢିପି
    ଓ ଶୃଗାଳମାନଙ୍କ ବାସସ୍ଥାନରେ ପରିଣତ କରିବା।
ଆଉ ଆମ୍ଭେ ଯିହୁଦାର ନଗରସମୂହକୁ
    ନିର୍ଜନ ଧ୍ୱଂସସ୍ଥାନ କରିବା।”

12 ଏହା ବୁଝିଲାଭଳି କୌଣସି ଜ୍ଞାନୀ ବ୍ୟକ୍ତି ଏଠାରେ ଅଛନ୍ତି କି? ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷା ପାଇଥିବା ଓ ତାଙ୍କର ମୁଖ ନିଃସୃତ ବାଣୀକୁ ବ୍ୟକ୍ତି କରିବାକୁ କେହି ବ୍ୟକ୍ତି ଅଛି କି? ଦେଶ କାହିଁକି ଧ୍ୱଂସପ୍ରାପ୍ତ ହେଲା ଓ ପ୍ରାନ୍ତରସବୁ ଦ‌ଗ୍‌ଧିଭୂତ ହେଲା, କେହି ସେଠାରେ ଯାତାୟାତ କଲେ ନାହିଁ?

13 ଏସବୁର କାରଣ ସଦାପ୍ରଭୁ କହନ୍ତି, “ତାହା ହେଲା ଆମ୍ଭେ ସେମାନଙ୍କ ସମ୍ମୁଖରେ ଆମ୍ଭର ଯେଉଁ ବ୍ୟବସ୍ଥାମାନ ରଖିଲୁ ତାହା ସେମାନେ ପରିତ୍ୟାଗ କରିଅଛନ୍ତି। ଆମ୍ଭର ବାକ୍ୟ ପାଳନ କରି ନାହାନ୍ତି କି ତଦନୁସାରେ ଆଚରଣ କରି ନାହାନ୍ତି। 14 ସେମାନେ ନିଜ ଇଚ୍ଛାନୁସାରେ ଅବାଧ୍ୟ ହୋଇଛନ୍ତି ଓ ପୂର୍ବପୁରୁଷମାନଙ୍କ ଶିକ୍ଷାନୁସାରେ ବା‌‌ଲ୍‌‌ଦେବ ତାଙ୍କର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।”

15 ତେଣୁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ତିକ୍ତ ଭୋଜନ କରାଇବା ଓ ବିଷବୃକ୍ଷର ରସ ସେମାନଙ୍କୁ ପାନ କରିବାକୁ ଦେବା। 16 ସେମାନେ କିଅବା ସେମାନଙ୍କର ପୂର୍ବପୁରୁଷ ଜାଣି ନ ଥିବା ଦେଶୀୟମାନଙ୍କ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ କରିବା। ସେମାନଙ୍କୁ ସଂହାର ନ କରିବା ଯାଏ ସେମାନଙ୍କ ପଛରେ ‌‌ଖ‌ଡ଼୍‌ଗ ପଠାଇବା।”

17 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
    “ତୁମ୍ଭେମାନେ ବିବେଚନା କର
ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡାକ
    ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ।
18 ସେମାନେ କହନ୍ତି,
‘ସେହି ସ୍ତ୍ରୀଲୋକମାନେ ଶୀଘ୍ର ଆସନ୍ତୁ
    ଓ ଆମ୍ଭମାନଙ୍କ ପାଇଁ ବିଳାପ କରନ୍ତୁ।
ଆମ୍ଭର ଚକ୍ଷୁ ଯେପରି ଲୋତକରେ ପୂର୍ଣ୍ଣ ହେବ
    ଓ ଚକ୍ଷୁରୁ ଯେପରି ଲୋତକର ନିର୍ଝର ନିର୍ଗତ ହେବ।’

19 “କାରଣ ସିୟୋନରୁ ଏହି ହାହାକାର ଶବ୍ଦ ଶୁଣାଯାଉଛି।
‘ଆମ୍ଭେମାନେ ପ୍ରକୃତରେ ବିନଷ୍ଟ ହୋଇଅଛୁ।
    ଆମ୍ଭେମାନେ ବିଶେଷ ଭାବରେ ଲଜ୍ଜିତ,
କାରଣ ଆମ୍ଭର ବାସସ୍ଥାନ ଧୂଳିସାତ୍ ହୋଇଅଛି
    ଓ ଆମ୍ଭେମାନେ ଦେଶ ପରିତ୍ୟାଗ କରିଅଛୁ।’”

20 ତେଣୁ ହେ ଯିହୁଦାର ରମଣୀଗଣ, ସଦାପ୍ରଭୁଙ୍କର ବାକ୍ୟ ଶୁଣ,
    ତୁମ୍ଭମାନଙ୍କର କର୍ଣ୍ଣ ତାଙ୍କର ମୁଖ ନିଃସୃତ ବାକ୍ୟ ଗ୍ରହଣ କରୁ।
ଆଉ “ତୁମ୍ଭେମାନେ ନିଜ ନିଜ କନ୍ୟାମାନଙ୍କୁ ହାହାକାର କରିବାକୁ
    ଓ ପ୍ରତ୍ୟେକ ନିଜ ପ୍ରତିବାସିନୀକୁ ବିଳାପ କରିବାକୁ ଶିକ୍ଷା ଦିଅ।
21 “କାରଣ ମୃତ୍ୟୁ ଆମ୍ଭମାନଙ୍କର ଝରକା ଦେଇ
    ଆମ୍ଭମାନଙ୍କର ପ୍ରାସାଦରେ ପ୍ରବେଶ କରିଅଛି।
ଏହା ବାହାରେ ବାଳକମାନଙ୍କୁ
    ଓ ନଗରର ଛକମାନଙ୍କରେ ଯୁବକମାନଙ୍କୁ ସଂହାର କରିବାକୁ ପ୍ରସ୍ତୁତ।”

22 ଯିରିମିୟ ଏହା କହନ୍ତି, “ସଦାପ୍ରଭୁଙ୍କ ବାକ୍ୟାନୁସାରେ
‘ମନୁଷ୍ୟମାନଙ୍କର ଶବ ଖତପରି କ୍ଷେତ୍ରରେ ପଡ଼ି ରହିବ
    ଆଉ ଶସ୍ୟ ଚ୍ଛେଦନକାରୀର ଶସ୍ୟ ପଛରେ ପଡ଼ିଲା ପରି
ସେମାନେ କ୍ଷେତ୍ରରେ ପଡ଼ି ରହିବେ।
    କେହି ସେମାନଙ୍କୁ ସଂଗ୍ରହ କରିବାକୁ ନ ଥିବେ।’”

23 ଆଉ ସଦାପ୍ରଭୁ କହନ୍ତି,
“ଜ୍ଞାନବାନ୍ ଆପଣା ଜ୍ଞାନରେ ଦର୍ପ ନ କରୁ,
    ବଳବାନ୍ ଆପଣା ବଳରେ ଦର୍ପ ନ କରୁ
    ଓ ଧନବାନ୍ ଆପଣା ଧନରେ ଗର୍ବ ନ କରୁ।
24 ଯଦି କେହି ଦର୍ପ କରିବ, ତେବେ ସେ ଆମ୍ଭକୁ ଚିହ୍ନେ
    ଓ ଜାଣେ ବୋଲି ଦର୍ପ କରୁ।
ଆମ୍ଭେ ସଦାପ୍ରଭୁଙ୍କ ଜଗତରେ ସ୍ନେହ, କରୁଣା ବିଗ୍ଭର
    ଓ ଧର୍ମସାଧନ କରୁ,
କାରଣ ସଦାପ୍ରଭୁ କହନ୍ତି
    ଏସବୁରେ ଆମ୍ଭର ସନ୍ତୋଷ ଥାଏ।”

25 ସଦାପ୍ରଭୁ କହନ୍ତି ଦେଖ, “ଆମ୍ଭେ ଯେଉଁ ସମୟରେ ସୁନ୍ନତ ଲୋକମାନଙ୍କୁ ସେମାନଙ୍କର ଅସୁନ୍ନତ ଅନୁସାରେ ଦଣ୍ଡ ଦେବା, ଏପରି ସମୟ ଆସୁଅଛି। 26 ଆମ୍ଭେ ମିଶର, ଯିହୁଦା, ଇଦୋମ, ଅମ୍ମୋନ ଓ ମୋୟାବର ସନ୍ତାନଗଣଙ୍କୁ ଓ ସମସ୍ତ ପ୍ରାନ୍ତରବାସୀଙ୍କୁ ଦଣ୍ଡ ଦେବା, କାରଣ ସେମାନେ ଶରୀରରେ ଅସୁନ୍ନତ ମାତ୍ର ସମଗ୍ର ଇସ୍ରାଏଲ ଅନ୍ତଃକରଣରେ ଅସୁନ୍ନତ ଅଟନ୍ତି।”