Add parallel Print Page Options

ସ୍ୱପ୍ନଗୁଡ଼ିକ ସତ୍ୟ ହେଲା

42 ଯାକୁବ ଶୁଣିଲେ ଯେ, ମିଶରରେ ପ୍ରଚୁର ଖାଦ୍ୟ ଶସ୍ୟ ମହଜୁଦ ଅଛି। ତେଣୁ ଯାକୁବ ତାଙ୍କ ପୁତ୍ରମାନଙ୍କୁ କହିଲେ, “କିଛି ନ କରି କାହିଁକି ତୁମ୍ଭେ ଅଳସୁଆ ହୋଇ ବସୁଛ? ମୁଁ ଶୁଣିଛି ଯେ ମିଶରରେ ଖାଦ୍ୟଶସ୍ୟ ବିକ୍ରୟ କରାଯାଉଅଛିା ତେଣୁ ତୁମ୍ଭେ ଯାଇ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଶସ୍ୟ କିଣିଆଣ। ତହିଁରେ ଆମ୍ଭେମାନେ ମରି ନ ଯାଇ ବଞ୍ଚି ପାରିବା।”

ତେଣୁ ଯୋଷେଫଙ୍କର ଦଶଭାଇ ମିଶରକୁ ଗଲେ ଖାଦ୍ୟ ଶସ୍ୟ କିଣିବା ପାଇଁ। କିନ୍ତୁ ଯାକୁବ ବିନ୍ୟାମୀନକୁ ପଠାଇଲେ ନାହିଁ। ବିନ୍ୟାମୀନ ଥିଲା ଯୋଷେଫଙ୍କର ଏକ ମାତାର ଭାଇ। ଯାକୁବ ଭୟ କଲେ ଯେ ସେଠାରେ ମଧ୍ୟ ବିନ୍ୟାମୀନ ପାଇଁ କିଛି ଅଘଟଣ ଘଟିପାରେ।

କିଣାନ ଦେଶରେ ଦୁର୍ଭିକ୍ଷ ଭୟଙ୍କର ଥିଲା। ତେଣୁ କିଣାନ ଦେଶରୁ ବହୁତ ଲୋକ ମିଶରକୁ ଖାଦ୍ୟଶସ୍ୟ କିଣିବାକୁ ଗଲେ। ସେମାନଙ୍କ ମଧ୍ୟରେ ଯାକୁବର ପୁତ୍ରମାନେ ମଧ୍ୟ ଥିଲେ।

ସେହି ସମୟରେ ମିଶରରେ ଯୋଷେଫ ଅଧ୍ୟକ୍ଷ ଥିଲେ। ଯେଉଁମାନେ ମିଶରରୁ ଖାଦ୍ୟ ଶସ୍ୟ କ୍ରୟ କରୁଥିଲେ ସେମାନଙ୍କୁ ଯୋଷେଫ ଖାଦ୍ୟ ବିକ୍ରୀ କରୁଥିଲେ। ତେଣୁ ଯୋଷେଫଙ୍କର ଭାଇମାନେ ଆସିଲେ ଏବଂ ସେମାନଙ୍କର ମୁଖ ଭୂମି ଆଡ଼କୁ କରି ଯୋଷେଫକୁ ପ୍ରଣାମ କଲେ। ଯୋଷେଫ ଭାଇମାନଙ୍କୁ ଦେଖିଲେ। ଯୋଷେଫ ସେମାନଙ୍କୁ ଚିହ୍ନି ପାରିଲେ। କିନ୍ତୁ ସେମାନଙ୍କୁ ନ ଚିହ୍ନିଲାପରି ଅଭିନୟ କଲେ। ଯୋଷେଫ ସେମାନଙ୍କୁ ମଧ୍ୟ ରୁକ୍ଷ ବ୍ୟବହାର କଲେ। ଯୋଷେଫ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କେଉଁଠାରୁ ଆସିଛ?”

ତାଙ୍କର ଭାଇମାନେ ଉତ୍ତର ଦେଲେ, “ଆମ୍ଭେମାନେ କିଣାନୀୟମାନଙ୍କ ଦେଶରୁ ଆସିଛୁ। ଆମ୍ଭେ ଏଠାକୁ କିଛି ଖାଦ୍ୟ ଶସ୍ୟ କିଣିବାକୁ ଆସିଛୁ।”

ଯୋଷେଫ ଜାଣିଥିଲେ ଯେ ସେମାନେ ତାଙ୍କର ଭାଇ। କିନ୍ତୁ ସେମାନେ ଯୋଷେଫକୁ ଚିହ୍ନି ପାରିଲେ ନାହିଁ। ଯୋଷେଫ ପୂର୍ବରୁ ସେମାନଙ୍କର ଭାଇମାନଙ୍କ ବିଷୟରେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ମନେ କଲେ।

ଯୋଷେଫ ସେମାନଙ୍କର ଭାଇମାନଙ୍କୁ କହିଲେ, “ତୁମ୍ଭେମାନେ ଏଠାକୁ ଖାଦ୍ୟ ଶସ୍ୟ କ୍ରୟ କରିବାକୁ ଆସି ନାହଁ। ତୁମ୍ଭେମାନେ ଗୁପ୍ତଚର। ଆମ୍ଭେ କେଉଁଥିରେ ଦୁର୍ବଳ ସେ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଆସିଛ।”

10 କିନ୍ତୁ ତାଙ୍କର ଭାଇମାନେ ତାଙ୍କୁ କହିଲେ, “ନା ମହାଶୟ, ଆମ୍ଭେମାନେ ଆପଣଙ୍କ ଦାସତୁଲ୍ୟ ଆସିଅଛୁ। ଆମ୍ଭେ କେବଳ ଖାଦ୍ୟ ସଂଗ୍ରହ କରିବାକୁ ଆସିଅଛୁ। 11 ଆମ୍ଭେ ସମସ୍ତେ ଭାଇ, ଆମ୍ଭମାନଙ୍କର ପିତା ଏକ। ଆମ୍ଭେ ସଚ୍ଚୋଟ ଲୋକ ଅଟୁ। ଆମ୍ଭେ ଆପଣଙ୍କ ଦାସ, ଆମ୍ଭେ ଗୁପ୍ତଚର ନୋହୁଁ।”

12 ତା’ପରେ ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆମ୍ଭର ଦୂର୍ବଳତା ଜାଣିବା ପାଇଁ ଏଠାକୁ ଆସିଅଛ।”

13 ଏବଂ ଭାଇମାନେ କହିଲେ, “ନା! ଆମ୍ଭେ ସମସ୍ତେ ଭାଇ ଆମ୍ଭ ପରିବାରର ଆମ୍ଭେ ବାର ଜଣ ଭାଇ ଅଟୁ। ଆମ୍ଭ ସମସ୍ତଙ୍କର ପିତା ଏକ। ଆମ୍ଭର ସାନଭାଇ ଆମ୍ଭର ଗୃହରେ ପିତାଙ୍କ ନିକଟରେ ଅଛି। ଆଉ ଏକ ଭାଇ ବହୁତ ପୂର୍ବରୁ ମରିଯାଇଛି। ଆମ୍ଭେମାନେ ଆପଣଙ୍କ ନିକଟରେ ଦାସତୁଲ୍ୟ। ଆମ୍ଭେମାନେ କିଣାନ ଦେଶରୁ ଆସିଅଛୁ।”

14 କିନ୍ତୁ ଯୋଷେଫ ସେମାନଙ୍କୁ କହିଲେ, “ନା ମୁଁ ଜାଣି ପାରୁଛି ତୁମ୍ଭେମାନେ ଚର। 15 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭର ସତ୍ୟତାର ପ୍ରମାଣ ଦେଖାଅ। ଫାରୋଙ୍କ ନାମରେ ମୁଁ ଶପଥ କରୁଛି ଯେ, ତୁମ୍ଭର ସାନଭାଇ ଏଠାକୁ ନ ଆସିବା ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କୁ ଯିବାକୁ ଦେବି ନାହିଁ। 16 ମୁଁ ତୁମ୍ଭମାନଙ୍କ ମଧ୍ୟରୁ ଜଣକୁ ଛାଡ଼ିବି ସେ ଯାଇ ତୁମ୍ଭର ସାନ ଭାଇକୁ ଏଠାକୁ ନେଇ ଆସିବ। ସେ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ବନ୍ଦୀଶାଳାରେ ରହିବ। ମୁଁ ଦେଖିବି ତୁମ୍ଭେମାନେ ସତ କହୁଛ ନା ତୁମ୍ଭେମାନେ ଚର, ଆମ୍ଭେ ଫାରୋଙ୍କ ଜୀବନ ଦେଇ ଶପଥ କରୁଛୁ।” 17 ତେଣୁ ଯୋଷେଫ ସେମାନଙ୍କୁ ତିନି ଦିନ ପାଇଁ ବନ୍ଦୀଶାଳାରେ ରଖିଲେ।

The Troubles Begin

18 ତିନି ଦିନ ପରେ, ଯୋଷେଫ ସେମାନଙ୍କୁ କହିଲେ, “ମୁଁ ପରମେଶ୍ୱରଙ୍କୁ ଭୟ କରେ। ଏଣୁ ଏହି କର୍ମ କର ତହିଁରେ ତୁମ୍ଭେ ବଞ୍ଚିପାରିବ। 19 ଯଦି ତୁମ୍ଭେମାନେ ବାସ୍ତବରେ ବିଶ୍ୱାସୀ ଲୋକ, ତେବେ ତୁମ୍ଭ ଭାଇମାନଙ୍କ ମଧ୍ୟରୁ କେହି ଜଣେ କାରାଗାରରେ ରହୁ। ଏବଂ ଅନ୍ୟ ସମସ୍ତେ ତୁମ୍ଭ ଲୋକମାନଙ୍କ ପାଇଁ ଶସ୍ୟ ନେଇ ଯାଇପାର। 20 କିନ୍ତୁ ତୁମ୍ଭେ ତୁମ୍ଭର ସାନ ଭାଇକୁ ମୋ’ ପାଖକୁ ନେଇ ଆସିବ। ତେବେ ମୁଁ ଜାଣିବି ତୁମ୍ଭେମାନେ ସତ କହୁଛ ଏବଂ ତୁମ୍ଭେମାନେ ଆଉ ମରିବ ନାହିଁ।”

ଭାଇମାନେ ଏହି କଥାକୁ ଗ୍ରହଣ କଲେ। 21 ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହେଲେ, “ଆମ୍ଭେମାନେ ଆମ୍ଭର ସାନ ଭାଇ ଯୋଷେଫକୁ ହତ୍ୟା କରିଥିବାରୁ ଆମ୍ଭେମାନେ ଦଣ୍ଡ ଭୋଗୁଅଛୁ। ଆମ୍ଭେମାନେ ଦେଖିଥିଲୁ ସେ କି କଷ୍ଟ ପାଉଥିଲା। ତାକୁ ରକ୍ଷା କରିବାକୁ ସେ କେତେ ଅନୁରୋଧ କରିଥିଲା। କିନ୍ତୁ ଆମ୍ଭେ ତା’ ପ୍ରତି କର୍ଣ୍ଣପାତ କରି ନ ଥିଲୁ। ତେଣୁ ବର୍ତ୍ତମାନ ଆମ୍ଭେ ବିପଦରେ ପଡ଼ିଅଛୁ।”

22 ରୁବେନ୍ ସେମାନଙ୍କୁ କହିଲା, “ମୁଁ କହିଥିଲି ତୁମ୍ଭେ ତା’ର କିଛି କ୍ଷତି କର ନାହିଁ। କିନ୍ତୁ ତୁମ୍ଭେମାନେ ସେତେବେଳେ ମୋ’ କଥା ଶୁଣିଲ ନାହିଁ। ସେଥିପାଇଁ ଆମ୍ଭେମାନେ ଦଣ୍ଡ ଭୋଗୁଅଛୁ।”

23 ଯୋଷେଫ ସେମାନଙ୍କ ସହିତ ବ୍ୟାଖ୍ୟାକାର ମାଧ୍ୟମରେ କଥାବାର୍ତ୍ତା କରୁଥିଲେ। ଯୋଷେଫ ସେମାନଙ୍କ କଥା ବୁଝି ପାରୁଥିଲେ ବୋଲି ସେମାନେ ଜାଣି ପାରି ନ ଥିଲେ। 24 ତେଣୁ ଯୋଷେଫ ସେମାନଙ୍କଠାରୁ ଦୂରକୁ ଯାଇ କାନ୍ଦିଲେ। କିଛି ସମୟ ପରେ ଯୋଷେଫ ସେମାନଙ୍କ ପାଖକୁ ଗଲେ। ତାଙ୍କର ଭାଇମାନଙ୍କ ମଧ୍ୟରୁ ଜଣକୁ ଅର୍ଥାତ୍ ଶିମିୟୋନକୁ ନେଇ ତାଙ୍କ ଭାଇମାନଙ୍କ ସମ୍ମୁଖରେ ବାନ୍ଧି ପକାଇଲେ। 25 ଯୋଷେଫ ତାଙ୍କର ଦାସମାନଙ୍କୁ ନିର୍ଦ୍ଦେଶ ଦେଲେ, ସେମାନଙ୍କର ବ୍ୟାଗ୍ ଗୁଡ଼ିକୁ ଶସ୍ୟରେ ଭରପୁର କରିବା ପାଇଁ। ତାଙ୍କର ଭାଇମାନେ ସେହି ଶସ୍ୟ ପାଇଁ ତାଙ୍କୁ ଅର୍ଥ ଦେଲେ। କିନ୍ତୁ ଯୋଷେଫ ସେହି ଅର୍ଥ ନେଲେ ନାହିଁ। ସେ ସେମାନଙ୍କର ଅର୍ଥ ସେହି ବ୍ୟାଗ୍ ମଧ୍ୟରେ ପୁରାଇ ଦେଲେ। ଏହା ପରେ ଯୋଷେଫ ତାଙ୍କର ଫେରିବା ପାଇଁ ବ୍ୟବହାର ଦ୍ରବ୍ୟ ମଧ୍ୟ ତାଙ୍କୁ ଦେଲେ।

26 ତେଣୁ ତାଙ୍କର ଭାଇମାନେ ସେହି ଗଧମାନଙ୍କ ପିଠିରେ ଶସ୍ୟ ଲଦି ସେହି ସ୍ଥାନ ପରିତ୍ୟାଗ କଲେ। 27 ସେହି ରାତ୍ରିରେ ତାଙ୍କର ଭାଇମାନେ ଏକ ସ୍ଥାନରେ ରାତ୍ରି ଯାପନ କରିବା ପାଇଁ ରହିଲେ। ଭାଇମାନଙ୍କ ମଧ୍ୟରୁ ଜଣେ ଗଧକୁ ଆହାର ଦେବା ନିମନ୍ତେ ପଟ ଫିଟାନ୍ତେ ସେ ତା’ର ଟଙ୍କା ସବୁ ଦେଖିଲା! 28 ସେ ତା’ର ଅନ୍ୟ ଭାଇମାନଙ୍କୁ ସେ ସବୁ କହିଲା, “ଦେଖ, ମୁଁ ଯେଉଁ ଅର୍ଥ ଶସ୍ୟ ପାଇଁ ଦେଇଥିଲି, ତାହା ଏଠାରେ ଅଛି। କେହି ଲୋକ ମୋ’ ପଟରେ (ଥଳିରେ) ସେହି ଅର୍ଥ ପୁରାଇ ଦେଇଛି।” ତା’ର ସମସ୍ତ ଭାଇମାନେ ଭୟ କରିଗଲେ। ସେମାନେ ପରସ୍ପର କୁହା କୁହି ହେଲେ, “ପରମେଶ୍ୱର ଆମ୍ଭମାନଙ୍କ ପାଇଁ କ’ଣ କରୁଛନ୍ତି?”

ଭାଇମାନେ ଏହିସବୁ କଥା ଯାକୁବଙ୍କୁ ଜଣାଇଲେ

29 ଭାଇମାନେ ସେମାନଙ୍କର ପିତା ଯାକୁବଙ୍କ ନିକଟକୁ କିଣାନ ଦେଶକୁ ଫେରିଗଲେ। ସେମାନେ ଯାକୁବଙ୍କୁ, ଯେ କି ତାଙ୍କର ପିତା, ତାଙ୍କୁ ସମସ୍ତ ବିଷୟ ଅବଗତ କରାଇଲେ। 30 ସେମାନେ କହିଲେ, “ସେ ଦେଶର କର୍ତ୍ତା ଆମ୍ଭମାନଙ୍କ ଉପରେ ରୁକ୍ଷ ବ୍ୟବହାର କଲେ। ସେ ଭାବିଲେ ଆମ୍ଭେମାନେ ଚର। 31 କିନ୍ତୁ ଆମ୍ଭେ କହିଲୁ, ‘ଆମ୍ଭେ ଗୁପ୍ତଚର ନୋହୁଁ। ଆମ୍ଭେ ସାଧୁ ଲୋକ ଅଟୁ। 32 ଆମ୍ଭେ ତାଙ୍କୁ କହିଲୁ ଯେ, ଆମ୍ଭେ ବାର ଜଣ ଭାଇ ଅଟୁ। ଆମ୍ଭ ସମସ୍ତଙ୍କର ଏକ ପିତା, ଆମ୍ଭର ଜଣେ ଭାଇ ଯିଏ କି ମରିଯାଇଛି ଏବଂ ଆମ୍ଭର ସାନଭାଇ ଯେଏ କି ବର୍ତ୍ତମାନ କିଣାନ ଦେଶରେ ଅଛି।’

33 “ଏହା ପରେ ସେ ଦେଶର କର୍ତ୍ତା ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭର ସାଧୁତାର ପ୍ରମାଣ ଦେବା ପାଇଁ ଏହା ଏକ ବାଟ। ତୁମ୍ଭର ଜଣେ ଭାଇକୁ ଏହିଠାରେ ମୋ’ ପାଖରେ ଛାଡ଼ି ଦେଇ ଯାଅ। ଏହି ଶସ୍ୟ ତୁମ୍ଭର ପରିବାର ପାଇଁ ନେଇଯାଅ। 34 ଏହା ପରେ ତୁମ୍ଭର ସାନଭାଇକୁ ମୋ’ ପାଖକୁ ଆଣ, ତେବେ ମୁଁ ଜାଣିବି ଯେ ତୁମ୍ଭେମାନେ ସାଧୁଲୋକ। ଯଦି ତୁମ୍ଭେମାନେ ସତ୍ୟ କହୁଥାଅ, ତେବେ ମୁଁ ତୁମ୍ଭର ଭାଇକୁ ତୁମ୍ଭମାନଙ୍କୁ ଫେରାଇ ଦେବି। ମୁଁ ତୁମ୍ଭକୁ ତୁମ୍ଭର ଭାଇ ଦେବି ଓ ତୁମ୍ଭମାନଙ୍କୁ ମୋ’ ଦେଶରୁ ଶସ୍ୟ କ୍ରୟ ପାଇଁ ମୁକ୍ତ କରି ଦେବି।’”

35 ଏହା ପରେ ଭାଇମାନେ ଶସ୍ୟ ବୋହିବାକୁ ଲାଗିଲେ। ଏବଂ ସମସ୍ତ ଭାଇମାନେ ସେମାନଙ୍କର ବ୍ୟା‌‌‌ଗ୍‌‌‌ରୁ ସମସ୍ତ ଅର୍ଥମୁଣା ପାଇଲେ। ସମସ୍ତ ଭାଇ ଓ ସେମାନଙ୍କର ପିତା ଏହି ଟଙ୍କା ଦେଖି ଭୟରେ ଥରିବାକୁ ଲାଗିଲେ।

36 ଯାକୁବ ସେମାନଙ୍କୁ କହିଲେ, “ତୁମ୍ଭେ କ’ଣ ଭାବୁଛ, ମୁଁ ମୋର ସମସ୍ତ ପିଲାମାନଙ୍କୁ ହରାଇବି? ଯୋଷେଫ ଗଲା, ଶିମିୟୋନ ଗଲା ଏବଂ ତୁମ୍ଭେ ବର୍ତ୍ତମାନ ବିନ୍ୟାମୀନକୁ ନେବା ପାଇଁ ଗ୍ଭହୁଁଛ।”

37 କିନ୍ତୁ ରୁବେନ୍ ତା’ର ପିତାଙ୍କୁ କହିଲା, “ପିତା, ମୁଁ ଯେବେ ତୁମ୍ଭ ପାଖକୁ ତାକୁ ନ ଆଣେ, ତେବେ ତୁମ୍ଭେ ମୋର ଦୁଇ ପୁଅକୁ ବଧ କରିବ। ମୋ’ ହସ୍ତରେ ତାକୁ ସମର୍ପଣ କର। ମୁଁ ତାକୁ ପୁନର୍ବାର ତୁମ୍ଭ ପାଖକୁ ଆଣି ଦେବି।”

38 କିନ୍ତୁ ଯାକୁବ ତାକୁ କହିଲେ, “ମୁଁ ବିନ୍ୟାମୀନକୁ ତୁମ୍ଭ ସହିତ ଛାଡ଼ିବି ନାହିଁ। ତା’ର ଭାଇ ମରିଯାଇଛି। ସେ ଜଣେ କେବଳ ରହିଯାଇଛି। ଯଦି ସେ ତୁମ୍ଭ ସହିତ ମିଶରକୁ ଯାଏ ଏବଂ ରାସ୍ତାରେ କିଛି ଗୋଟିଏ ହୋଇଯାଏ, ତେବେ ତୁମ୍ଭେ ମୋତେ ଶୋକରେ ମୋର ଏହି ପକ୍ୱ କେଶରେ କବରକୁ ପଠେଇ ଦେବ।”