Add parallel Print Page Options

ଭଗ୍ନ ପାତ୍ର

19 ସଦାପ୍ରଭୁ ମୋତେ କହିଲେ, “ଯାଅ ଏବଂ କୁମ୍ଭକାର ପାଖରୁ ଏକ ମୃତ୍ତିକା ପାତ୍ର କିଣ।” ଆଉ ଲୋକମାନଙ୍କ ମଧ୍ୟରୁ କେତେକ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କ ମଧ୍ୟରୁ କେତେକ ପ୍ରାଚୀନ ଯାଜକଗଣଙ୍କୁ ନିଅ, ଏବଂ ସେମାନଙ୍କୁ ନେଇ ହାର୍ଶିତ୍ ଫାଟକ ପ୍ରବେଶ ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରିଯାଅ। ଆଉ ଆମ୍ଭେ ତୁମ୍ଭକୁ ଯାହା କହିବା, ତୁମ୍ଭେ ସେହି ସ୍ଥାନରେ ପ୍ରଗ୍ଭର କର। ଆଉ କୁହ, ‘ହେ ଯିହୁଦାର ରାଜାଗଣ ଓ ଯିରୁଶାଲମ ନିବାସୀମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନକୁ ଦୁର୍ଦ୍ଦଶା ଆଣୁଅଛୁ। ତାହା ଯିଏ ଶୁଣିବ ସେ ଭୟରେ ଶିହରି ଉଠିବ। କାରଣ ଯିହୁଦାବାସୀମାନେ ଆମ୍ଭକୁ ପରିତ୍ୟାଗ କରିଛନ୍ତି। ସେମାନେ ଏହି ସ୍ଥାନକୁ ପରଦେଶୀୟ ଦେବଗଣରେ ପରିପୂର୍ଣ୍ଣ କରିଛନ୍ତି। ସେମାନେ ପୂର୍ବରୁ ପୂଜା କରୁ ନ ଥିବା ଦେବଗଣଙ୍କ ନିକଟରେ ଧୂପ ଜଳାଇଛନ୍ତି। ସେମାନଙ୍କର ପୂର୍ବପୁରୁଷଗଣ ଓ ଯିହୁଦାର ରାଜାଗଣ ଯେଉଁ ଦେବଗଣଙ୍କୁ ଜାଣି ନ ଥିଲେ ସେହିମାନଙ୍କୁ ସେମାନେ ଅନୁସରଣ କରୁଛନ୍ତି। ଏହି ସ୍ଥାନକୁ ନିର୍ଦ୍ଦୋଷମାନଙ୍କ ରକ୍ତରେ ପରିପୂର୍ଣ୍ଣ କରିଅଛନ୍ତି। ଯିହୁଦାର ରାଜାଗଣ ବା‌ଲ୍‌ଦେବ ଉଦ୍ଦେଶ୍ୟରେ ଉଚ୍ଚସ୍ଥଳୀ ନିର୍ମାଣ କରିଛନ୍ତି। ସେମାନେ ନିଜର ସନ୍ତାନଗଣଙ୍କୁ ‌ବା‌ଲ୍‌ଦେବ ଉଦ୍ଦେଶ୍ୟରେ ହୋମବଳି ରୂପେ ଉତ୍ସର୍ଗ କରିଅଛନ୍ତି। ଆମ୍ଭେ କିନ୍ତୁ ସେମାନଙ୍କୁ ଏହା କହିବାକୁ ଆଦେଶ କରି ନାହୁଁ କି କହି ନାହୁଁ ଓ ଆମ୍ଭ ମନରେ ଏହା ଉଦୟ ହୋଇ ନାହିଁ। ଏଣୁ ସଦାପ୍ରଭୁ କହନ୍ତି, ଦେଖ, ଏହିସ୍ଥାନ ତୋଫତ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ବୋଲି ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି। ପୁଣି ସେହି ସ୍ଥାନରେ ଆମ୍ଭେ ଯିହୁଦାର ଓ ଯିରୁଶାଲମର ସମସ୍ତ ସାଜସଜ୍ଜା ବ୍ୟର୍ଥ କରିବା। ତା’ପରେ ସେମାନଙ୍କୁ ସେମାନଙ୍କର ଶତ୍ରୁମାନଙ୍କର ‌‌ଖ‌ଡ଼୍‌ଗରେ ଧ୍ୱଂସ ହେବାକୁ ଆମ୍ଭେ ଦେବା। ଆମ୍ଭେ ସେମାନଙ୍କର ଶବକୁ ପକ୍ଷୀମାନଙ୍କୁ ଓ ପଶୁମାନଙ୍କୁ ଖାଦ୍ୟ ରୂପେ ଦେବା। ଆମ୍ଭେ ଏହି ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବା। ଯେତେବେଳେ ଲୋକମାନେ ଯିରୁଶାଲମ ଦେଇ ଯିବେ, ସେମାନେ ଯାହା ଦେଖିବେ ସେଥିରେ ଆଘାତ ପାଇବେ। ଯେତେବେଳେ ସେମାନେ ଧ୍ୱସ୍ତ ନଗରୀକୁ ଦେଖିବେ, ସେମାନେ ଆତଙ୍କିତ ହେବେ ଓ ବୀଭିଷିକା ପ୍ରକାଶ କରିବା ପାଇଁ ଶୀସ୍ ଶବ୍ଦ କରିବେ। ଶତ୍ରୁଗଣ ସେମାନଙ୍କ ନଗରକୁ ଅବରୋଧ କରିବେ ଓ ସେମାନଙ୍କୁ ଖାଦ୍ୟ ପାଇଁ ବାହାରକୁ ଯିବାକୁ ଦେବେ ନାହିଁ। ତେଣୁ ଲୋକମାନେ ଉପବାସରେ ରହିବେ ଓ କ୍ଷୁଧାରେ ଆତୁର ହୋଇ ସଙ୍କଟ ସମୟରେ ପୁତ୍ରକନ୍ୟାର ମାଂସ ଭୋଜନ କରିବେ। ଆଉ ମଧ୍ୟ ଶେଷରେ ପରସ୍ପରକୁ ଭୋଜନ କରିବେ।’

10 “ହେ ଯିରିମିୟ, ତୁମ୍ଭେ ଲୋକମାନଙ୍କୁ ଏହି କଥା କହିବ। ସେମାନେ ଲକ୍ଷ୍ୟ କଲାବେଳେ ସେମାନଙ୍କର ସାକ୍ଷାତରେ ଏହି ପାତ୍ରକୁ ଭାଙ୍ଗିବ। 11 ସେହି ସମୟରେ ସେମାନଙ୍କୁ କହିବ, ‘ସୈନ୍ୟାଧିପତି ସଦାପ୍ରଭୁ ଏହିକଥା କହନ୍ତି, ଯେପରି କେହି ଏହି ମାଟିପାତ୍ର ଭାଙ୍ଗିଲେ ତାହା ଆଉ ଯୋଡ଼ା ହୁଏ ନାହିଁ। ସେହିପରି ଆମ୍ଭେ ଯିହୁଦାକୁ ଭାଙ୍ଗି ପକାଇବା। ମୃତ ଲୋକମାନଙ୍କ କବରମାନ ମିଳିବ ନାହିଁ। ସେମାନେ ସମସ୍ତେ ତୋଫ‌ତ୍‌ରେ କବର ନେବେ।’ 12 ସଦାପ୍ରଭୁ କହନ୍ତି ‘ଆମ୍ଭେ ଏହି ସ୍ଥାନ ପ୍ରତି ଓ ତହିଁର ନିବାସୀମାନଙ୍କ ପ୍ରତି ଏହି କାର୍ଯ୍ୟ କରିବା। ଆମ୍ଭେ ଏହି ନଗରକୁ ତୋଫତ୍ ତୁଲ୍ୟ କରିବା। 13 ଯିରୁଶାଲମର ସମସ୍ତ ଗୃହ ଓ ସମସ୍ତ ରାଜପ୍ରାସାଦଗୁଡ଼ିକ ତୋଫତ୍ ତୁଲ୍ୟ “ଅଶୁଚି” ସ୍ଥାନ ହେବ। କାରଣ ସେମାନେ ଆକାଶମଣ୍ଡଳସ୍ଥ ଅତିଥି [a] ଉଦ୍ଦେଶ୍ୟରେ ଧୂପ ଜଳାଇ ଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟନୈବେଦ୍ୟ ଉତ୍ସର୍ଗ କରିଅଛନ୍ତି।’”

14 ତା’ପରେ ଯିରିମିୟ ତୋଫ‌‌‌ତ୍‌‌‌ର ସେହି ସ୍ଥାନରୁ ଆସିଲେ। ଯେଉଁଠାକୁ ସଦାପ୍ରଭୁ ତାଙ୍କୁ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରିବା ପାଇଁ ପଠାଇଥିଲେ ଏବଂ ସଦାପ୍ରଭୁଙ୍କ ମନ୍ଦିର ଅଗଣାରେ ଛିଡ଼ା ହୋଇଥିବା ସମସ୍ତଙ୍କୁ ଏହା କହିଥିଲେ। 15 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧରେ ଯେଉଁ ଦଣ୍ଡାଜ୍ଞା କହିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା କାରଣ ସେମାନେ ମୋର ବାକ୍ୟ ନ ମାନି ଅବାଧ୍ୟ ହୋଇଅଛନ୍ତି।’”

Footnotes

  1. ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 19:13 ଆକାଶ … ଅତିଥି ସୂର୍ଯ୍ୟ, ଚନ୍ଦ୍ର ଓ ତାରା।