Add parallel Print Page Options

23 “ଅନ୍ୟ ଲୋକମାନଙ୍କ ବିଷୟରେ ମିଥ୍ୟା କୁହ ନାହିଁ। କାହାରି ପାଇଁ ମିଥ୍ୟା ସାକ୍ଷୀ ଦେଇ, ତାକୁ ଅସୁବିଧାରେ ପକାଇବାକୁ ଦୁଷ୍ଟ ଲୋକମାନଙ୍କ ସହିତ ଷଡ଼ଯନ୍ତ୍ର କର ନାହିଁ।

“ତୁମ୍ଭେ ଲୋକ ଗହଳି ସହିତ ଯୋଗଦେବା ଉଚିତ୍ ନୁହଁ ଏବଂ ନ୍ୟାୟକୁ ଭ୍ରଷ୍ଟ କରିବା ଉଚିତ୍ ନୁହଁ, ଯେତେବେଳେ ତୁମ୍ଭେ ନ୍ୟାୟାଳୟରେ ସାକ୍ଷ୍ୟ ଦିଅ।

“ସେ ଗରିବ ବୋଲି ନ୍ୟାୟାଳୟରେ ତାକୁ ବିଶେଷ ଅନୁକମ୍ପା ଦେଖାଅ ନାହିଁ।

“ଯଦି ତୁମ୍ଭେ ପଥହରା ଗୋରୁ କିମ୍ବା ଗଧ ଦେଖ, ତେବେ ତାକୁ ତା’ର ମୁନିବକୁ ଫେରାଇ ଦିଅ, ଯଦି ସେ ତୁମ୍ଭର ଶତ୍ରୁ ବି ହୋଇଥାଏ।

“ତୁମ୍ଭେ ଆପଣା ଶତ୍ରୁର ଗଧକୁ ଭାରତଳେ ପଡ଼ିଥିବାର ଦେଖିବ, ତାକୁ ଛାଡ଼ି ଯିବାରୁ ନିବୃତ୍ତ ହୁଅ। ତୁମ୍ଭେ ଅବଶ୍ୟ ତା’ ସଙ୍ଗରେ ତାକୁ ମୁକ୍ତ କରିବ।

“ଦରିଦ୍ରର ବିଗ୍ଭରରେ ତୁମ୍ଭେ ତା’ ପ୍ରତି ଅନ୍ୟାୟ କରିବ ନାହିଁ। ତାକୁ ଅନ୍ୟ ଲୋକଙ୍କ ପରି ନ୍ୟାୟ ଦେବ।

“କୌଣସି ଲୋକକୁ ଅଯଥା ବ‌ଦ୍‌ନାମ କର ନାହିଁ। ତା’ ନାମରେ ମିଥ୍ୟା ଦାବି କର ନାହିଁ। କୌଣସି ନିରୀହ ଲୋକକୁ ଅନ୍ୟାୟରେ ସେ ନ କରିଥିବା କର୍ମ ପାଇଁ ଦଣ୍ଡ ଦିଅ ନାହିଁ। ଯଦି କୌଣସି ଲୋକ ଏକ ନିରୀହ ଲୋକକୁ ହତ୍ୟା କରିଥାଏ ତେବେ ମୁଁ ତାକୁ କ୍ଷମା ଦେବି ନାହିଁ।

“ଯଦି କୌଣସି ଲୋକ ତା’ର ଭୁଲ୍ ପାଇଁ, ତାହା ସହ ଏକମତ ହେବା ପାଇଁ ତୁମ୍ଭକୁ ଲାଞ୍ଚ ଦିଏ ତେବେ ତୁମ୍ଭେ ତାହା ଗ୍ରହଣ କର ନାହିଁ। କାରଣ ଲାଞ୍ଚ ଲୋକମାନଙ୍କୁ ଅନ୍ଧ କରିଥାଏ। ବିଗ୍ଭରକ ସତ୍ୟତା ଦେଖି ପାରେ ନାହିଁ। ଏବଂ ଲାଞ୍ଚ ମଧ୍ୟ ଏକ ଉତ୍ତମ ଲୋକର ବ୍ୟବହାର ବଦଳାଇ ଦେଇ ପାରିବ।

“ତୁମ୍ଭେ କେବେବି ବିଦେଶୀମାନଙ୍କ ପାଇଁ ଅନ୍ୟାୟ କର ନାହିଁ। ମନେରଖ, ଏକ ସମୟରେ ତୁମ୍ଭେମାନେ ମଧ୍ୟ ବିଦେଶୀ ଥିଲ ଯେତେବେଳେ ତୁମ୍ଭେମାନେ ମିଶରରେ ବାସ କରୁଥିଲ।

The Special Festivals

10 “ମଞ୍ଜି ବୁଣା, ଶସ୍ୟଅମଳ କର, ଭୂମିକୁ ଛଅ ବର୍ଷ ପାଇଁ ଫସଲ କର। 11 କିନ୍ତୁ ସପ୍ତମ ବର୍ଷ ଜମିରେ ଆଉ ଫସଲ କର ନାହିଁ। ସପ୍ତମ ବର୍ଷଟି ଭୂମିକୁ ପଡ଼ିଆ ରଖ। ଏହି ସମୟରେ ତୁମ୍ଭର କ୍ଷେତ୍ରରେ କୌଣସି ଫସଲ କର ନାହିଁ। ଯଦି କୌଣସି ଫସଲ ହୁଏ ତେବେ ଦରିଦ୍ର ଲୋକମାନଙ୍କ ପାଇଁ ଛାଡ଼ିଦିଅ ଏବଂ ଅବଶିଷ୍ଟକୁ ବଣ୍ୟଜନ୍ତୁମାନଙ୍କୁ ଖାଇବାକୁ ଛାଡ଼ିଦିଅ। ଏପରିକି ତୁମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ର ଏବଂ ଜୀତବୃକ୍ଷ ଥିବା କ୍ଷେତ୍ର ପାଇଁ ଏହିପରି କର।

12 “ଛଅ ଦିନ ଧରି କାର୍ଯ୍ୟ କର ଏବଂ ସପ୍ତମ ଦିନରେ ବିଶ୍ରାମ କର। ଏପରି ମଧ୍ୟ ତୁମ୍ଭମାନଙ୍କର ଦାସମାନଙ୍କ ପାଇଁ ଏବଂ ବିଦେଶୀମାନଙ୍କ ପ୍ରତି ଏହିପରି କର ଏବଂ ତୁମ୍ଭମାନଙ୍କର ଗୋରୁ ଏବଂ ଗଧମାନଙ୍କ ପାଇଁ ମଧ୍ୟ ଏପରି କରିବ। ସେମାନଙ୍କ ପାଇଁ ସପ୍ତମ ଦିନଟି ବିଶ୍ରାମ ଦେବ।

13 “ସାବଧାନ, ତୁମ୍ଭେ ମୋର ସମସ୍ତ ବ୍ୟବସ୍ଥା ମାନିବ। ଅନ୍ୟ ଦେବତାମାନଙ୍କୁ ପୂଜା କର ନାହିଁ, କିମ୍ବା ତାଙ୍କର ନାମ ତୁମ୍ଭମାନଙ୍କର ମୁଖରେ ଧର ନାହିଁ।

14 “ତୁମ୍ଭେମାନେ ବର୍ଷରେ ତିନିଥର ମୋ’ ଉଦ୍ଦେଶ୍ୟରେ ଉତ୍ସବ କର। ସେହି ଉତ୍ସବ ଗୁଡ଼ିକରେ ତୁମ୍ଭେମାନେ ମୋର ପବିତ୍ର ସ୍ଥାନକୁ ଆସି ଉପାସନା କର। 15 ପ୍ରଥମ ଉତ୍ସବଟି ତାଡ଼ିଶୂନ୍ୟ ରୋଟୀର ଉତ୍ସବ। ଏହା ମୋର ଆଜ୍ଞାନୁସାରେ ପାଳନ କରିବ। ଏହିପରି ତୁମ୍ଭେମାନେ ସାତ ଦିନ ଯାଏ ପାଳନ କରିବ। ଏହି ଉତ୍ସବଟିକୁ ତୁମ୍ଭେମାନେ ଆବୀବ୍ ମାସରେ ପାଳନ କରିବ। କାରଣ ଏହି ମାସରେ ତୁମ୍ଭେମାନେ ମିଶରରୁ ମୁକ୍ତ ହୋଇଥିଲ। ପ୍ରତ୍ୟେକ ଲୋକ ମୋତେ ନୈବେଦ୍ୟ ଉତ୍ସର୍ଗ କରିବ।

16 “ପ୍ରଥମ ଫସଲର ଫଳ ସଂଗ୍ରହ ଉତ୍ସବ ହେଉଛି ଦ୍ୱିତୀୟ ଉତ୍ସବ। ତୁମ୍ଭେମାନେ ଏହାକୁ ଗ୍ରୀଷ୍ମ ସମୟର ଆରମ୍ଭରେ ପାଳନ କରିବ।

“ଏବଂ ତୃତୀୟ ଉତ୍ସବଟି ହେଉଛି ସଂଗ୍ରହର ଉତ୍ସବ। ଏହି ଉତ୍ସବଟି ବର୍ଷ ଶେଷରେ ଫଳ ସଂଗ୍ରହ କଲାବେଳେ ପାଳନ କରିବ।

17 “ତେଣୁ ବର୍ଷ ମଧ୍ୟରେ ତିନିଥର ସମସ୍ତ ପୁରୁଷ ପ୍ରଭୁ ତୁମ୍ଭର ସଦାପ୍ରଭୁଙ୍କ ସାକ୍ଷାତରେ ସ୍ୱତନ୍ତ୍ର ସ୍ଥାନରେ ଉପସ୍ଥିତ ହେବେ।

18 “ଯେତେବେଳେ ତୁମ୍ଭେମାନେ ପଶୁ ହତ୍ୟା କରିବ ତା’ର ରକ୍ତ ମୋ’ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ତୁମ୍ଭେମାନେ ତାଡ଼ିଯୁକ୍ତ ରୋଟୀ ମୋତେ ଉତ୍ସର୍ଗ କରିବ ନାହିଁ। ଏବଂ ତୁମ୍ଭେ ଯେତେବେଳେ ବଳିର ମାଂସ ଖାଇବ ସେତେବେଳେ ସେହି ମାଂସକୁ ଗୋଟିଏ ଦିନରେ ଖାଇ ଶେଷ କରିବ। ତା’ ପରଦିନକୁ ବଳକା ମାଂସ ରଖିବ ନାହିଁ।

19 “ଶସ୍ୟଅମଳ ସମୟରେ ତୁମ୍ଭେ ଯେତେବେଳେ ଶସ୍ୟ ସାଇତିବ ପ୍ରଥମ ଶସ୍ୟ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ।

“ତୁମ୍ଭେ କୌଣସି ଯୁବା ଛାଗର ମାଂସକୁ ତା’ର ମାତୃ ଦୁ‌ଗ୍‌ଧରେ ପାକ କରିବ ନାହିଁ।”

ପରମେଶ୍ୱର ଇସ୍ରାଏଲଙ୍କୁ ଆପଣା ଜମି ନେବାକୁ ସାହାଯ୍ୟ କରିବେ

20 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ ନିକଟକୁ ସ୍ୱର୍ଗଦୂତ ପଠାଉଛୁ ସେ ତୁମ୍ଭମାନଙ୍କୁ ଆମ୍ଭେ ପ୍ରସ୍ତୁତ କରିଥିବା ଦେଶକୁ ନେଇଯିବେ। ସେହି ସ୍ୱର୍ଗଦୂତ ତୁମ୍ଭମାନଙ୍କୁ ସୁରକ୍ଷା ଦେବେ। 21 ସ୍ୱର୍ଗଦୂତଙ୍କ କଥା ତୁମ୍ଭେମାନେ ମାନ ଏବଂ ତାଙ୍କୁ ଅନୁସରଣ କର। ତାଙ୍କର ବିରୁଦ୍ଧାଚରଣ କର ନାହିଁ। କାରଣ ସେ ତୁମ୍ଭମାନଙ୍କର ଅଧର୍ମକୁ କ୍ଷମା କରିବେ ନାହିଁ। ମୋର ଶକ୍ତି ତାଙ୍କଠାରେ ନିହିତ ଅଛି। 22 ତାଙ୍କର ପ୍ରତ୍ୟେକ କଥାକୁ ମାନ। ସେ ତୁମ୍ଭମାନଙ୍କୁ ଯାହାସବୁ କହିବେ ତାହା ସବୁ ପାଳନ କର। ଯଦି ତୁମ୍ଭେ ତାହା ପାଳନ କର ଦେବେ ଆମ୍ଭେ ତୁମ୍ଭ ସହିତ ରହିବା। ଏବଂ ଆମ୍ଭେ ତୁମ୍ଭମାନଙ୍କର ସମସ୍ତ ଶତ୍ରୁମାନଙ୍କର ବିରୋଧ କରିବା। ଯେଉଁମାନେ ତୁମ୍ଭକୁ ବିରୋଧ କରିବେ ସେମାନେ ଆମ୍ଭର ଶତ୍ରୁ ହେବେ।”

23 ପରମେଶ୍ୱର କହିଲେ, “ଆମ୍ଭର ଦୂତ ତୁମ୍ଭକୁ କ୍ଷେତ୍ର ମଧ୍ୟଦେଇ ଆଗେଇ ନେବେ। ସେ ତୁମ୍ଭମାନଙ୍କୁ ଇମୋରୀୟ, ହିତ୍ତୀୟ, ପିରିଷୀୟ, କିଣାନୀୟ, ହିବ୍ବୀୟ ଓ ଯିବୂଷୀୟମାନଙ୍କ ଦେଶକୁ ଆଣିବେ। ପୁଣି ଆମ୍ଭେ ସେମାନଙ୍କୁ ଉଚ୍ଛିନ୍ନ କରିବା।

24 “ତୁମ୍ଭେମାନେ ସେମାନଙ୍କ ଦେବତାଗଣଙ୍କୁ ପୂଜା କରିବ ନାହିଁ। ସେମାନଙ୍କ ସମ୍ମୁଖରେ ପ୍ରଣାମ କରିବ ନାହିଁ, ସେମାନଙ୍କ କ୍ରିୟାନୁସାରେ କ୍ରିୟା କରିବ ନାହିଁ। ମାତ୍ର ସେମାନଙ୍କୁ ସମୂଳେ ଉତ୍ପାଟନ କରିବ। ସେମାନଙ୍କର ସ୍ତମ୍ଭସବୁ ଭାଙ୍ଗି ପକାଇବ। 25 ତୁମ୍ଭେ ସର୍ବଦା ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ସେବା କରିବ। ତହିଁରେ ସେ ତୁମ୍ଭମାନଙ୍କୁ ଅନ୍ନଜଳରେ ଆଶୀର୍ବାଦ କରିବେ। ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ରୋଗ ଦୂର କରିବା। 26 ତୁମ୍ଭର ସମସ୍ତ ସ୍ତ୍ରୀଲୋକ ମାତୃତ୍ୱର ଅଧିକାରୀ ହେବେ। କେହି ବନ୍ଧ୍ୟା ରହିବେ ନାହିଁ କି ସନ୍ତାନ ଜନ୍ମ ସମୟରେ କୌଣସି ଶିଶୁର ମୃତ୍ୟୁ ଘଟିବ ନାହିଁ। ପୁଣି ତୁମ୍ଭେମାନେ ଦୀର୍ଘଜୀବୀ ହେବ।

27 “ଯେତେବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବ ସେ ସମୟରେ ମୋର ମହାନ୍ ଶକ୍ତି ତୁମ୍ଭମାନଙ୍କର ସହାୟ ହେବ। ତୁମ୍ଭେମାନେ ତୁମ୍ଭର ସମସ୍ତ ଶତ୍ରୁମାନଙ୍କୁ ଯୁଦ୍ଧରେ ପରାସ୍ତ କରିବ। ଯେଉଁମାନେ ତୁମ୍ଭ ସହିତ ଯୁଦ୍ଧ କରିବେ ସେମାନେ ଇତସ୍ତତଃ ହୋଇ ଦୌଡ଼ି ପଳାଇବେ। 28 ମୁଁ ତୁମ୍ଭ ଆଗେ, ଆଗେ ବିରୁଡ଼ିମାନଙ୍କୁ ପାଠାଇବି। ସେମାନେ ହିବ୍ବୀୟ, କିଣାନୀୟ, ହିତ୍ତୀୟମାନଙ୍କୁ ତୁମ୍ଭ ଦେଶରୁ ଘଉଡ଼ାଇ ଦେବେ। 29 ମାତ୍ର ଏକ ବର୍ଷରେ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବା ନାହିଁ। ତାହାହେଲେ ଦେଶ ଶୂନ୍ୟ ହୋଇଯିବ ଓ ତୁମ୍ଭ ପ୍ରତିକୂଳରେ ବନ୍ୟ ପଶୁମାନଙ୍କ ସଂଖ୍ୟା ବୃଦ୍ଧି ପାଇବ। 30 ଆମ୍ଭେ ସେମାନଙ୍କୁ ଧୀରେ ଧୀରେ ତୁମ୍ଭ ସମ୍ମୁଖରୁ ଘଉଡ଼ାଇ ଦେବା ତୁମ୍ଭମାନଙ୍କର ବର୍ଦ୍ଧିତ ହେବା ପର୍ଯ୍ୟନ୍ତ ଓ ଦେଶ ଅଧିକାର କରିବା ପର୍ଯ୍ୟନ୍ତ।

31 “ମୁଁ ସୂଫସାଗରଠାରୁ ଫରାତ୍ ନଦୀ ପର୍ଯ୍ୟନ୍ତ ତୁମ୍ଭର ସୀମା ନିର୍ଦ୍ଧାରଣ କରିବି। ପଲେଷ୍ଟୀୟମାନଙ୍କର ସମୁଦ୍ର ତୁମ୍ଭର ପଶ୍ଚିମ ସୀମାରେ ଏବଂ ଆରବ ମରୁଭୂମି ପୂର୍ବ ସୀମାରେ ରହିବ। କାରଣ ମୁଁ ସେହି ଲୋକମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବି। ଏବଂ ତୁମ୍ଭେ ଆପଣା ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବ।

32 “ତୁମ୍ଭେ ସେମାନଙ୍କ ସହିତ କିମ୍ବା ସେମାନଙ୍କ ଦେବତାଗଣ ସହିତ କୌଣସି ଚୁକ୍ତି କରିବ ନାହିଁ। 33 ସେମାନେ ତୁମ୍ଭ ଦେଶରେ ବାସ କରିବେ ନାହିଁ। ସେମାନେ ବାସ କଲେ ଆମ୍ଭ ବିରୁଦ୍ଧରେ ତୁମ୍ଭକୁ ପାପ କରାଇବେ। ତୁମ୍ଭେ ଯେବେ ସେମାନଙ୍କ ଦେବତାଗଣଙ୍କୁ ପୂଜା କର, ତେବେ ତାହା ତୁମ୍ଭର ଫାନ୍ଦ ସ୍ୱରୂପ ହେବ।”