Add parallel Print Page Options

ଏକ ଆରୋହଣ ସଙ୍ଗୀତ।

129 ମୋର ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କଲେ।
    ଇସ୍ରାଏଲ, ଏହାକୁ ଆଉଥରେ କୁହ।
ମୋ’ ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କରିଛନ୍ତି।
    କିନ୍ତୁ ସେମାନେ କେବେ ମୋତେ ପରାସ୍ତ କରି ପାରିଲେ ନାହିଁ।
ସେମାନେ ମୋ’ ପିଠିରେ ଗଭୀର କ୍ଷତ ହେବା ପର୍ଯ୍ୟନ୍ତ ଆଘାତ କରନ୍ତି।
    ମୋର ପିଠି ହଳ କରା ପଡ଼ିଆ ପରି ଜଣାଗଲା।
କିନ୍ତୁ ସଦାପ୍ରଭୁ ଯିଏ ଯାହା ଠିକ୍ କରନ୍ତି, ସେହି ରଜ୍ଜୁ କାଟି ପକାଇଲେ
    ଏବଂ ଦୁଷ୍ଟମାନଙ୍କଠାରୁ ମୁକ୍ତ କଲେ।
ଯେଉଁ ଲୋକମାନେ ସିୟୋନକୁ ଘୃଣା କରନ୍ତି, ସେମାନେ ଲଜ୍ଜିତ ହୁଅନ୍ତୁ।
    ସେମାନେ ଅଟକି ଯାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ।
ସେମାନେ ଗୃହର ଛାତ ଉପରିସ୍ଥ
    ତୃଣତୁଲ୍ୟ ବଢ଼ିବା ପୂର୍ବରୁ ଶୁଖି ଯାଆନ୍ତୁ।
ଯେପରି ‌‌କଟାଳୀ ତା’ର ହେଳାପୂର୍ଣ୍ଣ କରିପାରେ ନାହିଁ।
    ଏବଂ ବିଡ଼ା ବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।
ତାଙ୍କ ବାଟ ଦେଇ ଯାଉଥିବା ଲୋକମାନେ କହନ୍ତି ନାହିଁ,
    “ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ!
    କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।”