Add parallel Print Page Options

ଯିହୁଦା ଓ ତାମର

38 ସେହି ସମୟରେ ଯିହୁଦା ତା’ର ଭାଇମାନଙ୍କୁ ଛାଡ଼ି ହୀରା ନାମକ ଏକ ଅଦୁଲ୍ଲମୀୟ ସହିତ ରିହବାକୁ ଗଲା। ସେଠାରେ ଯିହୁଦା ଏକ ସ୍ତ୍ରୀଲୋକକୁ ଦେଖିଲା ଏବଂ ବିବାହ କଲା। ତା’ର ପିତା ଜଣେ କିଣାନୀୟ ଥିଲେ। ତାଙ୍କର ନାମ ଥିଲା ଶୂୟ। ସେହି ସ୍ତ୍ରୀ ଏକ ସନ୍ତାନକୁ ଜନ୍ମ ଦେଲା। ସେ ତା’ର ନାମ ଦେଲା ଏର। ଏହା ପରେ ସେ ଆଉ ଏକ ପୁତ୍ର ଜନ୍ମ ଦେଲା। ଏବଂ ତା’ର ନାମ ରଖିଲା ଓନନ୍। ଏହା ପରେ ସେ ଆଉ ଏକ ପୁତ୍ରକୁ ଜନ୍ମ ଦେଲା ଏବଂ ତା’ର ନାମ ଦେଲେ ଶେଲା। ଯିହୁଦାର ତୃତୀୟ ପୁତ୍ର ଜନ୍ମ ସମୟରେ ସେ କଷୀବରେ ଥିଲା।

ଯିହୁଦା ତା’ର ପ୍ରଥମ ପୁତ୍ରକୁ ବିବାହ ଦେବା ପାଇଁ ଏକ ସ୍ତ୍ରୀ ପାଇଲା। ଯାହାର ନାମ ତାମର ଥିଲା। କିନ୍ତୁ ସଦାପ୍ରଭୁ ଦେଖିଲେ ଯେ, ଯିହୁଦାର ପ୍ରଥମଜାତ ଏର ଦୁଷ୍ଟ ଥିଲା। ତେଣୁ ସେ ତାକୁ ବିନାଶ କଲେ। ଏହା ପରେ ଯିହୁଦା ଏରର ଭାଇ ଓନନକୁ କହିଲା, “ତୁମ୍ଭେ ତୁମ୍ଭର ଭାଇର ସ୍ତ୍ରୀ ସହିତ ସହବାସ କର [a]। ଯଦି ସେ ପିଲା ଜନ୍ମ କରେ, ସେହି ପୁତ୍ର ତୁମ୍ଭ ଭାଇର ସନ୍ତାନ ବୋଲି ଜଣାଯିବ।”

ଓନନ ଜାଣିଥିଲା ଯେ ସେ ସନ୍ତାନ ତା’ର ବଂଶ ହେବ ନାହିଁ, ତେଣୁ ସେ ସହବାସ ସମୟରେ ଭୂମିରେ ରେତଃପାତ କଲା। 10 ଏଥିରେ ସଦାପ୍ରଭୁ କ୍ରୋଧିତ ହେଲେ ଓ ଓନନକୁ ମାରି ଦେଲେ। 11 ଏହା ପରେ ଯିହୁଦା ତା’ର ପୁତ୍ର ବଧୁ ତାମରକୁ କହିଲା, “ତୁମ୍ଭେ ତୁମ୍ଭର ପିତୃ ଗୃହକୁ ଯାଅ, ମୋର କନିଷ୍ଠ ପୁତ୍ର ଶେଲା ଯୁବକ ନ ହେବା ପର୍ଯ୍ୟନ୍ତ ବିବାହ କର ନାହିଁ।” ଯିହୁଦା ଭୟ କଲା ଯେ, ତା’ର ଭାଇମାନଙ୍କ ପରି ଶେଲା ହିଁ ମରିଯିବ। ଏଣୁ ତାମର ତା’ ପିତୃ ଗୃହକୁ ଯାଇ ବାସ କଲା।

12 ଅନେକ ସମୟ ପରେ ଶୂୟର କନ୍ୟା, ଯିହୁଦାର ସ୍ତ୍ରୀ ମୃତ୍ୟୁବରଣ କଲା। ଯେତେବେଳେ ଶୋକ ସମୟ ଅତିକ୍ରାନ୍ତ ହେଲା, ଯିହୁଦା ମେଷମାନଙ୍କ ବାଳ କାଟିବା ପାଇଁ ତା’ର ବନ୍ଧୁ ହୀରା ସହିତ ଗଲା। 13 ତାମର ଜାଣିଲା ଯେ, ତା’ର ଶ୍ୱଶୁର ମେଷମାନଙ୍କର ଲୋମ କାଟିବାକୁ ତିମ୍ନା ଯାଉଛନ୍ତି। 14 ତାମର ସର୍ବଦା ବିଧବା ବସ୍ତ୍ର ପିନ୍ଧୁଥିଲା। ତେଣୁ ସେ କିଛି ଅନ୍ୟ ପୋଷାକ ପିନ୍ଧି ତା’ର ମୁହଁକୁ ଲୁଗ୍ଭଇ ତିମ୍ନା ପଥ ପାର୍ଶ୍ୱସ୍ଥିତ ଐନମର ପ୍ରବେଶ ସ୍ଥାନରେ ବସି ରହିଲା। କାରଣ ସେ ଦେଖିଲା ଶେଲା ବଡ଼ ହେଲେ ହେଁ ତାକୁ ବିବାହ କଲା ନାହିଁ।

15 ଯିହୁଦା ସେହି ବାଟ ଦେଇ ଗଲାବେଳେ ତାକୁ ଦେଖିଲା। କିନ୍ତୁ ସେ ଭାବିଲା ସେ ଜଣେ ବେଶ୍ୟା କାରଣ ସେ ତାଙ୍କର ମୁହଁ ଲୁଗ୍ଭଇ ରଖିଥିଲା। 16 ତେଣୁ ଯିହୁଦା ତାର ପାଖକୁ ଗଲା ଏବଂ କହିଲା, “ତୁମ୍ଭ ସହିତ ମୋତେ ସହବାସ କରିବାକୁ ଦିଅ।” ସେ ତା’ର ପୁତ୍ରବଧୁ ବୋଲି ଯିହୁଦା ଜାଣି ନ ଥିଲା।

ସେ କହିଲା, “ତୁମ୍ଭେ ମୋତେ କ’ଣ ଦେବ?”

17 ଯିହୁଦା ଉତ୍ତର ଦେଲା, “ମୁଁ ମୋର ପଲ ମଧ୍ୟରୁ ଏକ ଯୁବା ଛେଳି ପଠାଇ ଦେବି।”

ସେ ଉତ୍ତର ଦେଲା, “ମୁଁ ଏଥିରେ ରାଜି। କିନ୍ତୁ ପ୍ରଥମେ ଯୁବା ଛେଳି ଆସିବା ପର୍ଯ୍ୟନ୍ତ ବନ୍ଧକ ଦିଅ।”

18 ଯିହୁଦା ପଗ୍ଭରିଲା, “ମୁଁ ତୁମ୍ଭକୁ କ’ଣ ଦିଏ ବୋଲି ଗ୍ଭହୁଁଛ?”

ତାମର କହିଲା, “ତୁମ୍ଭର ଏହି ମୋହର, ସୁତ୍ର ଆଉ ହସ୍ତ ଯଷ୍ଟି।” ଯିହୁଦା ତାହା ସବୁ ତାମରକୁ ଦେଲା। ଏହା ପରେ ଯିହୁଦା ଓ ତାମର ମଧ୍ୟରେ ଦୈହିକ ସମ୍ପର୍କରୁ ତାମର ଗର୍ଭବତୀ ହେଲା। 19 ଏହା ପରେ ତାମର ଗୃହକୁ ଗଲା ଓ ତା’ର ମୁହଁ ସର୍ବଦା ଲୁଗ୍ଭଇ ରଖିଲା ଏବଂ ସେ ପୁନର୍ବାର ବିଧବା ବସ୍ତ୍ର ପରିଧାନ କଲା।

20 ଏହା ପରେ ଯିହୁଦା ସେହି ସ୍ତ୍ରୀଠାରୁ ବନ୍ଧକ ଦ୍ରବ୍ୟ ନେବା ପାଇଁ ଆପଣା ଅଦୁଲ୍ଲମୀୟ ବନ୍ଧୁ ଦ୍ୱାରା ଛେଳିଛୁଆ ଦେଇ ପଠାଇଲା। ମାତ୍ର ସେ ତା’ର ଦେଖା ପାଇଲା ନାହିଁ। 21 ତେଣୁ ସେ ସେଠାକାର ଲୋକମାନଙ୍କୁ ପଗ୍ଭରିଲା, “ଐନମ ପଥ ପାର୍ଶ୍ୱରେ ଯେଉଁ ବେଶ୍ୟା ଥିଲା ସେ କାହିଁ?”

ଲୋକମାନେ ଉତ୍ତର ଦେଲେ, “ଏଠାରେ କୌଣସି ବେଶ୍ୟା ରହେ ନାହିଁ।”

22 ତେଣୁ ଯିହୁଦାର ବନ୍ଧୁ ଯିହୁଦା ନିକଟକୁ ଫେରି ଯାଇ କହିଲା, “ମୁଁ ସେହି ସ୍ତ୍ରୀଲୋକକୁ ପାଇଲି ନାହିଁ ଏବଂ ସେଠାକାର ଲୋକମାନଙ୍କୁ ପଗ୍ଭରିବାରୁ ସେମାନେ କହିଲେ ଏଠାରେ କୌଣସି ବେଶ୍ୟା ରହନ୍ତି ନାହିଁ।”

23 ତେଣୁ ଯିହୁଦା କହିଲା, “ସେ ଯେଉଁ ଜିନିଷ ରଖିଛି ତାହା ସେ ରଖୁ। ଆମ୍ଭେ କାହିଁକି ଲଜ୍ଜାସ୍ପଦ ହେବା। ଆମ୍ଭେ ଗ୍ଭହିଁ ଥିଲୁ ତାକୁ ଏକ ଛେଳିଛୁଆ ଦେବା ପାଇଁ କିନ୍ତୁ ତାକୁ ପାଇଲୁ ନାହିଁ। ଏତିକି ଯଥେଷ୍ଟ।”

ତାମରଙ୍କ ଗର୍ଭଧାରଣ

24 ପ୍ରାୟ ତିନି ମାସ ଯିବା ପରେ, କେହି ଜଣେ ଯିହୁଦାକୁ କହିଲା, “ତୁମ୍ଭର ପୁତ୍ରବଧୁ ତାମର ବେଶ୍ୟା ପରି ଗର୍ଭଧାରଣ କରିଛି।”

ଏହା ପରେ ଯିହୁଦା କହିଲା, “ତାକୁ ବାହାରକୁ ଆଣି ଅଗ୍ନିରେ ଦ‌ଗ୍‌ଧ କର।”

25 ଲୋକମାନେ ତାମରକୁ ମାରିବାକୁ ଗଲେ, କିନ୍ତୁ ସେ ତା’ର ଶ୍ୱଶୁରଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲା, “ଏହି ସମସ୍ତବସ୍ତୁ ଯାହାର ସେ ମୋତେ ଗର୍ଭବତୀ କରିଛି। ଏହି ମୋହର, ସୁତ୍ର ଓ ଯଷ୍ଟି କାହାର, ତାହା ଚିହ୍ନି ଦେଖ?”

26 ଯିହୁଦା ସେ ସମସ୍ତ ବସ୍ତୁକୁ ଦେଖିଲା ଏବଂ କହିଲା, “ସେ ଠିକ୍ ଅଛି। ମୁଁ ଭୁଲ୍ କରିଥିଲି। ମୁଁ ପ୍ରତିଜ୍ଞା କରିଥିଲି ଶେଲାକୁ ଦେବା ପାଇଁ କିନ୍ତୁ ତାହା କରି ନ ଥିଲି।” ଏବଂ ଯିହୁଦା ଆଉ ତାଙ୍କ ସହିତ ଦୈହିକ ସମ୍ପର୍କ ରଖିଲା ନାହିଁ।

27 ତାମରର ଜନ୍ମ କରିବା ସମୟ ଆସିଲା, ସେମାନେ ଦେଖିଲେ ସେ ଯାଆଁଳା ଜନ୍ମ କରିବ। 28 ସେ ଯେତେବେଳେ ଜନ୍ମ କଲା, ସେ ସମୟରେ ଏକ ବାଳକର ହସ୍ତ ବାହାର ହେଲା, ତହିଁରେ ଧାତ୍ରୀ ତାହାର ସେହି ହସ୍ତରେ ସିନ୍ଦୁରବର୍ଣ୍ଣ ସୁତ୍ର ବାନ୍ଧି କହିଲା, “ଏ ଜ୍ୟେଷ୍ଠ।” 29 ମାତ୍ର ସେ ଆପଣା ହସ୍ତ ଟାଣି ନିଅନ୍ତେ, ଦେଖ ତାହାର ଭ୍ରାତା ଭୂମିଷ୍ଠ ହେଲା, ତହିଁରେ ଧାତ୍ରୀ କହିଲା, “ତୁମ୍ଭେ ଜୋର୍ କରି ଭେଦ କରିଅଛ।” ତେଣୁ ତା’ର ନାମ ପେରସ୍। 30 ଏହା ପରେ ଅନ୍ୟ ପିଲାଟି ଜନ୍ମ ନେଲା, ଏହି ପିଲାଟିର ହସ୍ତରେ ସିନ୍ଦୁରବର୍ଣ୍ଣ ସୁତ୍ର ଥିଲା, ସେ ତା’ର ନାମ ସେରହ ଦେଲେ।

Footnotes

  1. ଆଦିପୁସ୍ତକ 38:8 ତୁମ୍ଭେ … କର ଇସ୍ରାଏଲରେ ଯଦି ଜଣେ ପୁରୁଷ ସନ୍ତାନହୀନ ହୋଇ ମୃତ୍ୟୁବରଣ କରେ ତା’ର ଭାଇମାନଙ୍କ ମଧ୍ୟରୁ ଜଣେ ତାକୁ ଗ୍ରହଣ କରେ। ଯଦି ଏକ ପିଲା ଜନ୍ମ ହୁଏ, ତେବେ ତାହା ମୃତ ବ୍ୟକ୍ତିର ପିଲା ବୋଲି ବିବେଚନା କରାଯିବ।